ଏସି ର ରଙ୍ଗ କାହିଁକି ଧଳା ହୋଇଥାଏ ? ଏସି ଯଦି ଅନ୍ୟ କେଉଁ ରଙ୍ଗ ର ହୁଏ ତେବେ କଣ ହେବ ?

ଖରାଦିନ ଆସିବା ମାତ୍ରେ ଘରେ ଘରେ ଏସି ର ବହୁଳ ବ୍ୟବହାର ହୋଇଥାଏ । ଆପଣଙ୍କ ଘର ହେଉ କି ଅଫିସ କିମ୍ବା ପାଖ ପଡୋଶୀରେ ଏସି ଲାଗିଥିବାର ଆପଣ ନିଶ୍ଚୟ ଦେଖିଥିବେ । କିନ୍ତୁ କେବେ ରଙ୍ଗ ବେରଙ୍ଗୀ ଏସି ଦେଖିଛନ୍ତି କି ? ୱିଣ୍ଡୋ ଏସି ହେଉ କିମ୍ବା ସ୍ପ୍ଲିଟ ଏସି, ସମସ୍ତଙ୍କ ରଙ୍ଗ ଧଳା ହିଁ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏସି ର ରଙ୍ଗ କେବଳ ଧଳା କାହିଁକି ହୋଇଥାଏ ।

ଏସି ର ୟୁନିଟ ଧଳା ରଙ୍ଗ ରଖାଯିବାର ମୁଖ୍ୟ କାରଣ ହେଉଛି ଏହି ରଙ୍ଗ ସବୁଠୁ କମ୍ ସୂର୍ଯ୍ୟକିରଣ ଅବଶୋଷଣ କରିଥାଏ । ଧଳା ରଙ୍ଗ ସୂର୍ଯ୍ୟକିରଣ ବା ଉତ୍ତାପକୁ ରିଫ୍ଲେକ୍ଟ କରିଥାଏ ଏବଂ ଆପଣଙ୍କ ଏସି କୁ ସୁରକ୍ଷା ପ୍ରଦାନ କରିଥାଏ । ଏସି ର କଣ୍ଡେନସର ବାହାରେ ରହିଲେ ମଧ୍ୟ ଧଳା ରଙ୍ଗ ହେତୁ ଶୀଘ୍ର ଖରାପ ହୁଏ ନାହିଁ । ଯଦି ଏସି ର ରଙ୍ଗ ଧଳା ବଦଳରେ ଅନ୍ୟ କୌଣସି ରଙ୍ଗ ରଖିଯାଏ ଏହାର ମେସିନ ଖରାପ ହେବାର ସମ୍ଭାବନା ଅଧିକ ରହିଥାଏ ।

ସ୍ପ୍ଲିଟ ଏସି ର ବାହାର ଏବଂ ଭିତରେ ଦୁଇଟି ଅଲଗା ୟୁନିଟ ରହିଥାଏ । ବାହାର ରଙ୍ଗକୁ ସର୍ବଦା ଧଳା ହିଁ ରଖାଯାଏ । କିନ୍ତୁ ଭିତର ପଟେ ରହୁଥିବା ଅଂଶ 99 ପ୍ରତିଶତ ଧଳା ରଙ୍ଗର ହୋଇଥିବା ବେଳେ କେତେକେ ଧୂସର ଧଳା ରଙ୍ଗର ହୋଇଥାଏ । ଏସି ବିଷୟରେ ଆପଣ ଜାଣିଥିବା କୌଣସି ଅଜଣା କଥା ଆମକୁ କମେଣ୍ଟ କରି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *