ବନ୍ଧୁଗଣ ଆପଣ ମାନେ ସମସ୍ତେ ଭାରତର ସ୍ଵର୍ଗ କୋକିଲା ଲତା ମଙ୍ଗେସ୍କରଙ୍କ ଅନେକ ଗୀତ ଶୁଣିଥିବେ । ଲତାଙ୍କ ଗୀତ ଶୁଣିଲେ ଯେଉଁ ସୁଖ ଓ ଆନନ୍ଦ ମିଳେ ତାହା ବର୍ଣ୍ଣନା କରିହେବ ନାହିଁ । ବନ୍ଧୁଗଣ ଲତାଙ୍କୁ ଭାରତ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି । ସେ ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଗୀତ ଗାଇଛନ୍ତି । ହେଲେ ଦୁଃଖର କଥା ଏହା ହେଉଛି ଯେ ଲତା ଆଜି ଆମ ମାନଙ୍କ ଗହଳରେ ନାହାନ୍ତି ।
ଗତ କିଛି ମାସ ତଳେ ତାଙ୍କର ନିଧନ ହୋଇଥିଲା ଆଉ ସାରା ଭାରତ ବର୍ଷରେ ଶୋକର ଛାୟା ଅନେକ ଦିନ ଧରି ଖେଳି ଯାଇଥିଲା । ଲତାଙ୍କ ଭଳି ଗାୟକ ଏହି ପୃଥିବୀ ବୋଧେ କେହି ଆସି ନ ପାରନ୍ତି । ହେଲେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଜଣେ ଗାୟିକା ଲତାଙ୍କ ଭଳି ଗୀତ ଗାଉଛନ୍ତି । ଏହି ଗାୟିକାଙ୍କ ଗୀତ ଶୁଣିଲେ ଆପଣ ମାନେ ଲତା ମଙ୍ଗେସ୍କରଙ୍କୁ ମନେ ପକାଇବେ ।
ଏହି ଗାୟିକାଙ୍କ ଗୀତ ଗାଉଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ଏହି ଗାୟିକା ଜଣକ ଅବିକଳ ଲତା ମଙ୍ଗେସ୍କରଙ୍କ ଭଳି ଗୀତ ଗାଉଛନ୍ତି । ଗାୟିକା ଜଣକ କହିଛନ୍ତି ସେ ପିଲା ଦିନରୁ ଲତାଙ୍କୁ ଭଗବାନ ରୂପେ ଦେଖିଛନ୍ତି । ଲତାଙ୍କ ନିଧନ ପରେ ଏହି ଗାୟିକାଙ୍କ ଗୀତର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଭାଇରାଲ ହେଉଥିବା ଭିଡିଓରେ ଗାୟିକା ଜଣକ ଏକ ସ୍ଟେଜ ସୋରେ ଲତାଙ୍କର ଏକ ଗୀତ ଗାଉଥିବାର ନଜର ଆସୁଛନ୍ତି । ଯେତେବେଳେ ସେ ଗୀତ ଗାଇବା ଆରମ୍ଭ କରିଲେ ସେତେବେଳେ ସେଠାରେ ଥିବା ସମସ୍ତ ଲୋକ ଆଶ୍ଚର୍ଯ୍ୟ ହେଇଗଲେ । ବନ୍ଧୁଗଣ ଆପଣ ମାନେ ଏବି ଗାୟିକାଙ୍କ ସ୍ଵର ଭଲରେ ଶୁଣନ୍ତୁ ଦେଖିବେ ଆପଣ ମାନେ ବି ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ ।
ଅନେକ ଲୋକ ତ ଏହି ଗାୟିକାଙ୍କ ଭିଡିଓ ଦେଖି ବିଶ୍ଵାସ କରୁ ନାହାନ୍ତି । ଗାୟିକା ଜଣକ ଗୀତ ଗାଇବା ସହ ଲତା ମଙ୍ଗେସ୍କରଙ୍କ ଭଳି କଥା ବି ହେଉଛନ୍ତି । ଲତାଙ୍କ କଥା ଆଉ ଏହି ଗାୟିକାଙ୍କ କଥା ମଧ୍ୟ ଅବିକଳ ମିଶି ଯାଉଛି । ଏହି ଗାୟିକାଙ୍କୁ ଏନେଇ ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।