ଅଭିନେତ୍ରୀଙ୍କ ବେବି ବମ୍ପ୍ ! ବିନା ବିବାହରେ ବନିବେ ମାଆ ! ଶେୟାର କଲେ ବାଥରୁମ୍ ସେଲଫି !

ବଲିଉଡ ଅଭିନେତ୍ରୀ ବେବି ବମ୍ପ୍ ଦେଖାଇ ଫଟୋ ଶେୟାର କରିବା ନୂଆ କଥା ନୁହେଁ । ହେଲେ ଅଭିନେତ୍ରୀ ଇଲିଆନା ଡିକୃଜଙ୍କ ମାମଲା ଟିକେ ଭିନ୍ନ । କାରଣ 36 ବର୍ଷୀୟ ଇଲିଆନା ବିନା ବିବାହରେ ଖୁବ ଶୀଘ୍ର ମାଆ ହେବାକୁ ଯାଉଛନ୍ତି । ତେବେ ତାଙ୍କ ପ୍ରଥମ ସନ୍ତାନକୁ ନେଇ ଇଲିଆନା ବେଶ ଖୁସି ଅଛନ୍ତି । ଇଲିଆନା ମିରର୍ ଆଗରେ ଠିଆ ହୋଇ ଉଠାଇଥିବା ସେଲଫି ତାଙ୍କ ଇନଷ୍ଟା ଆଇଡିରେ ଶେୟାର କରିଛନ୍ତି ।

ବ୍ଲାକ ଟପ୍ ଏବଂ ଟ୍ରାଉଜର ସହ ଖୁବ ସିମ୍ପଲ ଲୁକ୍ ରେ ଏହି ଫଟୋ ଉଠାଇଛନ୍ତି ଇଲିଆନା । ବିନା ମେକଅପରେ ବି ସେ ବହୁତ କ୍ୟୁଟ ଲାଗୁଛନ୍ତି । ଗତ ଏପ୍ରିଲରେ ଇଲିଆନାଙ୍କ ପ୍ରେଗନାନ୍ସି ନ୍ଯୁଜ ଶୁଣିବାକୁ ମିଳିଥିଲା । ଅନେକ ସମୟରେ ସେ ପ୍ରେଗନାନ୍ସି କ୍ରେଭିଙ୍ଗସ୍ ମଧ୍ୟ ଶେୟାର କରନ୍ତି ।

ତେବେ ଇଲିଆନା ବିନା ବିବାହରେ ମା’ ହେବାକୁ ଯାଉଥିବାରୁ ତାଙ୍କୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ହେଉଛି । ଏପରିକି ଏବେ ଯାଏଁ ନିଜ ପାର୍ଟନରଙ୍କୁ ସିକ୍ରେଟ ରଖିଛନ୍ତି ଇଲିଆନା । ତେବେ ଏହା ପୂର୍ବରୁ ଇଲିଆନାଙ୍କ ନାମ କ୍ୟାଟ୍ରିନା କେଫ୍ ଙ୍କ ଭାଇ ସେବାସ୍ତିଆନଙ୍କ ସହ ଯୋଡା ଯାଇଥିଲା । ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଥିଲା ।

Leave a Reply

Your email address will not be published. Required fields are marked *