ଅଭିନେତା ବୁଦ୍ଧାଦିତ୍ୟଙ୍କୁ ସୋସିଆଲ ମିଡିଆରେ ଆକ୍ଷେପ କରି କହିଲେ ପ୍ରୀତମ ! ତୁମକୁ ଆଉ ଫିଲ୍ମ ମିଳିବ ନାହିଁ । ମାର୍କେଟରେ ତୁମର ଭ୍ୟାଲୁ ପୁରା ଜିରୋ । ତୁମକୁ କେହି ବି ପଚାରୁ ନାହାନ୍ତି । ତୁମେ କେବଳ ସିରିଏଲ ଆକ୍ଟର । ଭଲ ଫିଲ୍ମ କଥା ତୁମେ କେବେ ବୁଝି ପାରିବ ନାହିଁ । ହଁ ଆଜ୍ଞା ଏଭଳି କିଛି ଆକ୍ଷେପ କରି ଅଭିନେତା ବୁଦ୍ଧାଦିତ୍ୟଙ୍କୁ କହିଛନ୍ତି ପ୍ରଯୋଜକ ପ୍ରୀତମ । ତେବେ ପ୍ରୀତମ ଏଭଳି ଭାବେ ବୁଦ୍ଧଦିତ୍ୟଙ୍କୁ କଣ ପାଇଁ ଆକ୍ଷେପ କରି କହିଲେ ? ତାହାକୁ ନେଇ ପ୍ରଶ୍ନ ଉଠୁଛି ?
ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ନିଜର ଅଭିନୟ କଳା ଦ୍ଵାରା ଅନେକ ଫିଲ କରି ଲୋକଙ୍କର ମନୋରଞ୍ଜନ କରାଇ ଆସିଛନ୍ତି । ବୁଦ୍ଧାଦିତ୍ୟ ଭଳି ଜଣେ ଭଲ କଳାକାରଙ୍କ ନାମରେ ଏଭଳି କଟୁ ମନ୍ତବ୍ୟ ଲେଖି ସୋସିଆଲ ମିଡିଆରେ ପ୍ରୀତମ କାହିଁକି ଶେୟାର କରିଛନ୍ତି ତାହା ସମସ୍ତଙ୍କୁ ଅବାକ ଭଳି ଲାଗୁଛି । ତେବେ ଏ ନେଇ ଅଭିନେତା ବୁଦ୍ଧାଦିତ୍ୟ ପ୍ରେସମିଟ କରି ଗଣ ମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖି କହିଛନ୍ତି । ଯେ ମୁଁ ନିଜକୁ କେବେବି ଜଣେ ବଡ କଳାକାର ବୋଲି ଭାବି ନାହିଁ ।
ମୁଁ କେବଳ ଜଣେ କଳାକାର । କଳାକାର ହେଇ ବଞ୍ଚିବାକୁ ଚାହେଁ । ହେଲେ ପ୍ରୀତମ ମୋତେ ସୋସିଆଲ ମିଡିଆରେ ବହୁତ କିଛି ଇଆଡୁ ସିଆଡୁ କରି କହିଛନ୍ତି । ତୁମର ବୟସ ହୋଇଗଲାଣି । ମାର୍କେଟରେ ତୁମକୁ ଆଉ କେହି ପଚାରୁ ନାହାନ୍ତି । ତୁମେ ତୁମ ଫିଲ୍ମରେ ହାଉସଫୁଲ୍ କରିବା ପାଇଁ ଲୋକଙ୍କୁ ନିଜେ ଟିକେଟ କିଣିକି ଦେଖାଉଛ । ଏହି ସବୁ କଥା ଶୁଣିକି ମୋତେ ବହୁତ ବାଧିଥିଲା ।
ଯେବେ ଠାରୁ ପ୍ରଥା ଫିଲ୍ମ ପ୍ରଯୋଜିକା ସୋମାଲିକାଙ୍କ ପାଇଁ ଧାରଣାରେ ବସିଛି । ସେବେଠାରୁ ପ୍ରୀତମ ମୋତେ ଏଭଳି ଆକ୍ଷେପ କରି କହିବା ସହ ମୋର ସମ୍ମାନ ହାନୀ କରିଛନ୍ତି । ତେଣୁ ମୁଁ ପ୍ରଥମେ ପ୍ରୀତମଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲି । କାରଣ ତାଙ୍କର ଏଭଳି କମେଣ୍ଟ୍ସ ଦ୍ଵାରା ମୋର ସମ୍ମାନ ହାନୀ ହୋଇଛି । ତେବେ ପ୍ରଯୋଜକ ପ୍ରୀତମ ସାହୁଙ୍କ ନାମରେ ଏଭଳି କିଛି ଅଭିଯୋଗ ଆଣିଛନ୍ତି ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି । ସୋସିଆଲ ମିଡିଆ ଗୃପରେ ବୁଦ୍ଧାଦିତ୍ୟଙ୍କ ସମ୍ମାନ ହାନୀ ହେବା ଭଳି କଥା କହିଛନ୍ତି ପ୍ରଯୋଜକ ପ୍ରୀତମ ସାହୁ । ଖବରର ଅପଡେଟ ପାଇଁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।