ବନ୍ଧୁଗଣ ନମସ୍କାର, ତେବେ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଅଶୀ ଦଶକ ର ଲୋକପ୍ରିୟ ଅଭିନେତ୍ରୀ ଜୟା ଙ୍କୁ ତ ନିଶ୍ଚୟ ଜାଣିଥିବେ । ତାଙ୍କର ଅଭିନୟ ସମସ୍ତଙ୍କୁ ବହୁତ ପସନ୍ଦ ହୋଇଥାଏ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସେ ଅଭିନୟ କ୍ଷେତ୍ରରେ ସକ୍ରିୟ ଅଛନ୍ତି । ତେବେ ସେ ନିଜ ସମୟ ରେ ଥିବା ସୁଟିଂ ର କିଛି ଅଭୁଲା ସ୍ମୃତି ମିଡିଆ ମାଧ୍ୟମରେ ସେୟାର କରିଥିଲେ । ଆସନ୍ତୁ ଜାଣିବା ସେ ନିଜର ଇଣ୍ଟରଭ୍ୟୁ ରେ କଣ କହିଛନ୍ତି ।
ତେବେ ଅଭିନେତ୍ରୀ ଜୟା ଙ୍କୁ ପଚରା ଯାଇଥିଲା ଯେ, ବର୍ତ୍ତମାନ ସମୟରେ କଳିଙ୍ଗ ଷ୍ଟୁଡିଓ ର ଉଦ୍ଧାର ହୋଇପାରୁ ନାହିଁ ଏବଂ ଆଗ ଭଳି ଫିଲ୍ମ ମଧ୍ୟ ଦେଖିବାକୁ ମିଳୁନାହିଁ । ଏହାର ପଛରେ ପ୍ରକୃତ କାରଣ କଣ ରହିଛି । ଏହ ଉତ୍ତର ରେ ସେ କହିଥିଲେ ଯେ, ବର୍ତ୍ତମାନ କେବଳ ଷ୍ଟୁଡିଓ କୁ ସୁଧାରିବାର ଆଲୋଚନା କରାଯାଉଛି । କିନ୍ତୁ ଏଥିପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ଏବଂ ସମୟ ନଷ୍ଟ କରାଯାଉଛି ।
ଏହା ସହିତ ସେ ନିଜର ଦୈନନ୍ଦିନ ଜୀବନ ସମ୍ବନ୍ଧରେ ମଧ୍ୟ ଆଲୋଚନା କରିଥିଲେ । ସେ ସକାଳୁ ଉଠି ପ୍ରଥମେ ନିଜର ନିତ୍ୟକର୍ମ ସାରି ଠାକୁର ଙ୍କ ଦର୍ଶନ କରନ୍ତି । ଏହାପରେ ହିଁ ସେ ନିଜର ଦିନର ଆରମ୍ଭ କରନ୍ତି । ତେବେ ଜୟା ଙ୍କୁ ତାଙ୍କର ସୌନ୍ଦର୍ଯ୍ୟ ର ରହସ୍ୟ ଯେତେବେଳେ ପଚରା ଯାଇଥିଲା ସେ କହିଥିଲେ ଯେ, ଏଥିରେ କୌଣସି ରହସ୍ୟ ନାହିଁ । ଏହା ଭଗବାନ ଙ୍କ ଉପହାର ଅଟେ ଏବଂ ତାଙ୍କ ବାପାମାଆ ଙ୍କ ପାଇଁ ହୁଏତ ସେ ବହୁତ ସୁନ୍ଦର ଦେଖା ଯାଆନ୍ତି ।
ଏଥିପାଇଁ ତାଙ୍କୁ ‘ରୂପ ହୋଇଥିବ ଲାବଣ୍ୟବତୀ’ ଗୀତ ରେ କାମ କରିବାର ସୁଯୋଗ ପ୍ରାପ୍ତ ହୋଇଥିଲା । ଏହା ସହିତ ସେ ନିଜର ଲୁକ ପ୍ରତି ବିଶେଷ ଧ୍ୟାନ ମଧ୍ୟ ରଖନ୍ତି । କେଉଁ ଚରିତ୍ର ରେ ତାଙ୍କୁ କେଉଁ ଲୁକ ମାନିବ ସେଥିପ୍ରତି ସେ ବିଶେଷ ଧ୍ୟାନ ଦିଅନ୍ତି । ତେବେ ଆଗାମୀ ପିଢ଼ି ର ଯୁବ ଯୁବତୀ ଯେଉଁମାନେ ଅଭିନୟ କ୍ଷେତ୍ରରେ ନିଜର କ୍ୟାରିଅର ବନାଇବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ସେ କହିଛନ୍ତି ଯେ, ନାୟକ ହେଉ କିମ୍ବା ଅନ୍ୟ କୌଣସି ଚରିତ୍ର ରେ ଅଭିନୟ କରିବାକୁ ହେଲେ ସର୍ବ ପ୍ରଥମେ ଗୋଟିଏ ଭଲ ମଣିଷ ହେବାକୁ ପଡ଼ିବ ଏବଂ ନିଜର କର୍ମ ପ୍ରତି ଡେଡିକେସନ୍ ଆଣିବାକୁ ପଡ଼ିବ ।
ତେବେ ହିଁ ଜଣେ ସଫଳ ହୋଇ ପାରିବ । ସେ ଅଭିନୟ କରୁଥିବା ସମୟ ର ଏକ ସିନ୍ ବିଷୟରେ ମଧ୍ୟ ସେ ସେୟାର କରିଥିଲେ । ଯେଉଁ ସିନ୍ କୁ ସେ ଆଜି ପର୍ଯ୍ୟନ୍ତ ଭୁଲିପାରି ନାହାନ୍ତି । ‘ହାକିମବାବୁ’ ଫିଲ୍ମ ର ଶେଷ ସିନ୍ ରେ ଷ୍ଟୋରି ଥିଲା ହିରୋଇନ ର ପ୍ରଥମେ ରେପ୍ କରାଯାଉଛି ଏବଂ ତା’ର ମର୍ଡର କରିଦିଆ ଯାଉଛି ।
ଏହି ସିନ୍ ସେ ଅସିତ ପତି ଙ୍କ ସହିତ କରିଥିଲେ ଏବଂ ଯେତେବେଳେ ଏହି ସିନ୍ ହୋଇଥିଲା ସେ ଏହା ପରେ ସେନ୍ସଲେସ ହୋଇଯାଇଥିଲେ ଏବଂ ଅସିତ ପତି ଙ୍କୁ ରାଗରେ ବହୁତ କିଛି କହି ମଧ୍ୟ ଦେଇଥିଲେ । କିନ୍ତୁ ପରେ ସେ ଏହା ବୁଝି ପାରିଲେ ଯେ, ଏହା ତାଙ୍କର ବାସ୍ତବ ଅଭିନୟ ଥିଲା ଏବଂ ସେ ଅସିତ ପତି ଙ୍କୁ ଭୁଲ ମଧ୍ୟ ମାଗିଥିଲେ । ତେବେ ଏଭଳି ଭାବରେ ଅଭିନେତ୍ରୀ ଜୟା ନିଜର ଏହି ଅଭୁଲା ସ୍ମୃତି କୁ ଦର୍ଶକ ଙ୍କ ନିମନ୍ତେ ସେୟାର କରିଥିଲେ । ଏହି ସମ୍ବନ୍ଧରେ ଜାଣି ଆପଣ ମାନଙ୍କ କିପରି ଲାଗିଲା ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।