ବନ୍ଧୁଗଣ, ଭୁବନେଶ୍ଵର ଭରତପୁର ରେ ସ୍ଵାମୀ କୁ ଚାପୁଡା ମାରି ନବବୋଧୂ ଫେରାର ଘଟଣାରେ ନୂଆ ମୋଡ ନେଇଛି । ପୁଅ ଘର ଆଣିଥିବା ଅଭିଯୋଗ କୁ ଖଣ୍ଡନ କରିଛନ୍ତି ନବବୋଧୂ । ପୁଅ ଘର ଯେଉଁ ଅଭିଯୋଗ ଆଣୁଛନ୍ତି ତାହାର ପ୍ରମାଣ ଦିଅନ୍ତୁ ବୋଲି କହିଛନ୍ତି ନବବୋଧୂ କହିଛନ୍ତି । ଭୋ ଭୋ ହୋଇ କାନ୍ଦି ପକାଇଲେ, ଯୌତୁକ ଆଣିବାକୁ ବାରମ୍ବାର କହିଥିବା ବେଳେ ମତେ ମାରିଦେବେ ବୋଲି ଧମକ ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ନବବୋଧୂ।
ଏହା ସହିତ କୌଣସି ସୁନା ଗହଣା ତଥା ଟଙ୍କା ସେ ନେଇ ନାହାଁନ୍ତି ବୋଲି ସେ କହିଛନ୍ତି । ମତେ ସମାଜରେ ବଦନାମ କରାଯାଉଅଛି, ଆଇନ ର ଆଶ୍ରୟ ନେବି, ମତେ ନ୍ୟାୟ ଦିଅନ୍ତୁ ବୋଲି ନବବୋଧୂ କହିଛନ୍ତି । ଚତୁର୍ଥୀ ରାତିରେ ବୟଫ୍ରେଣ୍ଡ ସହିତ ଭି-ଡି-ଓ କଲ କରିନାହିଁ ବୋଲି ମଧ୍ୟ କହିଛନ୍ତି । ଚତୁର୍ଥୀ ରାତିରେ ଚାପୁଡା ମାରି ନୂଆ ବୋହୁ ପ୍ରେମିକ ସହିତ ଫେରାର ହୋଇଯାଇଛନ୍ତି ବୋଲି ବର ଘର ତରଫରୁ ଏତଲା ଦିଆଯାଇଥିଲା ।
ଏହା ସାଙ୍ଗରେ ୪ ଭରି ସୁନା ଏବଂ ଦେଢଲକ୍ଷ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଥିଲା । ନବବୋଧୂ ଜଣକ କହିଛନ୍ତି ଯେ ସେ ଯେଉଁ କହୁଛନ୍ତି ଯେ ସୁନା ଗହଣା ନେଇ ଯାଇଛି ବୋଲି ମୋ ପାଖରେ ପ୍ରମାଣ ଅଛି ଯେ ସେ କେତେ ସୁନା ଦେଇଥିଲେ ମତେ ? ମୋ ଦେହରେ ସମୁଦାୟ କେତେ ସୁନା ଅଛି କଣ କଣ ଅଛି ସବୁର ପ୍ରମାଣ ଅଛି । ମାତ୍ର ସେ ଏତେ ମିଛ ଅଭିଯୋଗ କିଭଳି ଲଗାଇ ପାରୁଛନ୍ତି ?
ତାଙ୍କ ଘରେ ଏମିତି କେତେ ସୁନା ଅଛି ଯେ ସବୁ ବୋହୁ ଚୋରୀ କରି ନେଇଯାଉଛନ୍ତି ? ସେ ଯେଉଁ କହିଛନ୍ତି ଯେ ରାତିରେ ଭି-ଡି-ଓ କଲ କରିବା କଥା ମାତ୍ର ସେ ଦିନ ରାତିରେ ମତେ ନେଇ ଦେଖାଇଲେ ଯେ କହିଲେ ଯେ ଦେଖ ତମେ କାହିଁକି ଯୌତୁକ ନେଇ ଆସିନାହଁ ? ଏହା ପରେ ମୁଁ କହିଲି ଯେ ତମେ ତ ନିଜେ ମନାକରିଥିଲ ଯେ ଆମ୍ଭକୁ କିଛି ଦରକାର ନାହିଁ, ସେମିତି ବାହାଘର ହେବ ।
ଏହାପରେ କହିଲେ ଯେ ତମେ ତମ ଘର ଲୋକଙ୍କୁ ଫୋନ କରି କୁହ ଯେ ପଇସା ଆଣି ଦେବେ, ନଚେତ ମୁଁ ତୁମ୍ଭକୁ ପ୍ରେଟ୍ରୋଲ ପକାଇ ଜାଳିଦେବି ଏବଂ ଯଦି ଘରୁ ବାହାରି ଯିବାକୁ ଚାହିଁବୁ ତେବେ ତୋ ନାଁ ରେ ମିଛ କେସ କରି ତତେ ବେଜ୍ଜିତ କରିଦେବୁ । ଆଉ ବର୍ତ୍ତମାନ ସେମାନେ ତାହା କରିଦେଲେ ।
ମୋର ଇଜ୍ଜତ ମହତ ସବୁ ଗଲା ଆଉ କ’ଣ ରହିଲା ? ଯଦି ମୁଁ ରାତିରେ ଭିଡିଓ କଲ କରି କଥା ହେଉଥିଲି ତେବେ ସେ କାହିଁ ଚୁପ ଥିଲା ? ତେବେ ଏହିଭଳି ଭାବରେ ନବବୋଧୂ କାନ୍ଦି କାନ୍ଦି ନିଜର କଥା କହିଛନ୍ତି । ଏହି ଘଟଣା ବର୍ତ୍ତମାନ କେଉଁ ମୋଡ ନେଉଛି ତାହା ଦେଖିବା ଅପେକ୍ଷାରେ । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।