ଆବର୍ଜନାରୁ ସୁନା ଚେନ୍ ପାଇଲେ, ମାଲିକକୁ ଖୋଜି ଫେରାଇ ଦେଲେ, କହିଲେ ଅଭାବ ସଂସାରରେ ଥାଇ ପାରେ ହେଲେ ହୃଦୟରେ…

ଅଳିଆ ଗଦାରୁ ସୁନା ଚେନ୍ ପାଇଲେ ମାଲିକକୁ ଖୋଜି ଫେରାଇ ଦେଲେ । ହଁ ଦର୍ଶକ ବନ୍ଧୁ ଏଭଳି ଏକ ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଦର୍ଶକ ବନ୍ଧୁ ଗରିବୀ ଜୀବନର ଏକ ଅବସ୍ତା ହେଇପାରେ ହେଲେ ମନ ନୁହେଁ ।

ଅଭାବ ସଂସାରରେ ଥାଇ ପାରେ ହେଲେ ହୃଦୟରେ ନୁହେଁ । ନହଲେ କିଏ ବା ଅଳିଆ ଗଦାରେ ପାଇଥିବା ସୁନା ଚେନକୁ ଫେରାଇ ପାରିଥାନ୍ତି । ପେଟ ପୋଷିବା ପାଇଁ ସଫେଇ କର୍ମଚାରୀ ରୂପେ କାମ କରୁଛନ୍ତି ହେଲେ ସୁନା ଚେନ ଫେରାଇ ହୀରା ଭଳି ସମ୍ମାନ ପାଇ ଛନ୍ତି । ଏଭଳି ଜଣେ ସଫେଇ କର୍ମଚାରୀଙ୍କୁ ନେଇ ଏବେ ଚର୍ଚ୍ଚା । ମାନବିକତାକୁ ଜାବୁଡି ଧରିଥିବା ସଫେଇ କର୍ମଚାରୀ ଜଣକ ହେଉଛନ୍ତି ପୂଜା ସିଂହ ।

ପାଇବାର ଲୋଭ ଆଉ ଫେରାଇ ଦେବାର ପ୍ରତିଜ୍ଞା ତାଙ୍କ ବଡପଣ ବୋଲି ପ୍ରମାଣିତ ହୋଇଛି । ଏନେଇ ପୂଜା ଗଣମାଧ୍ୟମ ଆଗରେ କହିଛନ୍ତି-‘ଅଳିଆ ଖୋଜି ଖୋଜି ମୁଁ ସୁନା ପାଇଲି ସୁନା ପାଇବା ପରେ ମୁଁ ଭାବିଲି କେଉଁ ବାବୁ ଲୋକ ତାଙ୍କ ସୁନା ବୋଧେ ପାଇଛି । ତାଙ୍କର କେତେ ମନ ଦୁଃଖ ହେଉଥିବ ଏହା ଆମେ ଭାବି ଫେରାଇ ଦେଲୁ’ । ହଁ ଦର୍ଶକ ବନ୍ଧୁ ଆବର୍ଜନା ପୃଥକୀ କରଣ ବେଳେ ଅଳିଆ ଗଦାରୁ ଏକ ବହୁ ମୂଲ୍ୟ ସୁନା ଚେନ ପାଇଥିଲେ ପୂଜା ସିଂହ ।

କିନ୍ତୁ ଚେନ ପାଇବା ମାତ୍ରେ ସେ ବିଚଳିତ ହୋଇ ପଡିଥିଲେ । ଲୁଚାଇବା ପାଇଁ ନୁହେଁ ବରଂ ଫେରାଇ ଦେବା ପାଇଁ । କାହାର ଏ ଚେନ ତାଙ୍କୁ ଫେରାଇ ଦେବା ପାଇଁ ସେ ଚାହିଁ ଥିଲେ । ଶେଷରେ ମାଇକ୍ରୋ କମ୍ପୋଜ ସେଣ୍ଟରରୁ ସୁନା ଚେନ ପାଇବା ପରେ ପ୍ରକୃତ ମାଲିକଙ୍କୁ ଫେରାଇ ଦେଇଛନ୍ତି ଭୁବନେଶ୍ବରର ପୂଜା ସିଂହ । ଆବର୍ଜନା ଅଳିଆ ଗଦାରୁ ପୂଜାଙ୍କୁ ମିଳି ଥିଲା ଏହି ସୁନା ଚେନ ।

ଆଉ ପୂଜାଙ୍କର ଏହି ମହାନତାକୁ ଦେଖି ତାଙ୍କୁ ସବୁ ମାହୋଲରୁ ମିଳୁଛି ପ୍ରଶଂସା । ଭୁବନେଶ୍ବର ମହାନଗର ନିଗମ ମେୟର ସୁଲୋଚନା ଦାସ ମଧ୍ୟ ତାଙ୍କୁ ସାବାସି ଜଣାଇ ଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *