ଗାଡି ଚାଳକଙ୍କ ପାଇଁ ବଡ ଖବର ଏଣିକି କାଗଜପତ୍ର ଥିଲେ ବି କଟିବ ଫାଇନ । ଏହିସବୁ କାରଣ ପାଇଁ ଜୋରିମାନା ଦେବେ ଆପଣ । ଗାଡି ଚାଳକଙ୍କ ପାଇଁ ବଡ ଖବର ଏଣିକି ଆପଣ ମାନଙ୍କ ପାଖରେ ସବୁ କାଗଜ ପତ୍ର ଠିକ ଥିଲେ ମଧ୍ୟ ଫାଇନ କାଟି ପାରେ ପୋଲିସ । ହୁଏତ ଏହି ଖବର ଶୁଣିବା ପରେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ଆଉ କହିବେ ଗାଡିର ସବୁ କାଗଜ ପତ୍ର ଥିଲେ ଆମେ କାହିଁକି ଫାଇନ ଦେବୁ ।
ତେବେ ଆସନ୍ତୁ ଜାଣିବା କାହିଁକି ଓ କେଉଁ କାରଣରୁ ଫାଇନ କାଟି ପାରିବ ପୋଲିସ । ରାସ୍ତାରେ ଦୁର୍ଘଟଣା କମେଇବା ପାଇଁ ଦିନକୁ ଦିନ କଡାକଡି ହେବାରେ ଲାଗିଛି ନିୟମ । ତେଣୁ ଟ୍ରାଫିକ ବ୍ୟବସ୍ଥାକୁ ଆପଣ ମାନେ ନ ମାନିଲେ ଜୋରିମାନା କାଟିବ ପୋଲିସ । କେବଳ ଫାଇନ କାଟିବ ତାହା ନୁହେଁ ଗାଡି ଚାଳକଙ୍କ ଲାଇସେନ୍ସ ରଦ୍ଧ କରିପାରେ ପୋଲିସ । ତେଣୁ ଏହି ସବୁ ଦିଗ ଉପରେ ଧ୍ୟାନ ନ ଦେଲେ ଅଯଥାରେ ଆପଣ ଦେଇ ପାରନ୍ତି ଜୋରିମାନା ।
ମଟର ଭେଇକଲ ଆକ୍ଟ ନିୟମ ଅନୁସାରେ ଯଦି ଆପଣ ଗାଡି ଚେକିଙ୍ଗ ବେଳେ ଟ୍ରାଫିକ ପୋଲିସକୁ କୌଣସି ପ୍ରକାରର ଦୁର୍ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ନାଁରେ ଚାଲାଣ କାଟି ପାରିବ ପୋଲିସ । 179 ଏମଭିଏ ଆକ୍ଟରେ ଆପଣଙ୍କର ଚାଲାଣ କାଟିବାକୁ ଟ୍ରାଫିକ ପୋଲିସଙ୍କୁ ଅଧିକାର ଦିଆଯାଇଛି । ତେଣୁ ଚେକିଙ୍ଗ ବେଳେ ଦୁର୍ବ୍ୟବହାର ମହଙ୍ଗା ପଡିପାରେ ।
ଚେକିଙ୍ଗ ବେଳେ ଟ୍ରାଫିକ ପୋଲିସ ସହ ଯୁକ୍ତିତର୍କ କଲେ ଏଣିକି ଆପଣଙ୍କୁ ଦେବାକୁ ପଡିପାରେ ଫାଇନ । ଯଦି ଆପଣ କୌଣସି କାରଣରୁ ବି ଅଯଥାରେ ଟ୍ରାଫିକ ପୋଲିସ ସହ ଯୁକ୍ତିତର୍କ କରନ୍ତି ତେବେ ଦେବାକୁ ପଡିପାରେ ଫାଇନ । ବନ୍ଧୁଗଣ ନୂଆ ଟ୍ରାଫିକ ନିୟମ ଅନୁସାରେ, ଯଦି ଆପଣ ହେଲମେଟ ପିନ୍ଧି ଛନ୍ତି ଆଉ ଟ୍ରାଫିକ ପୋଲିସକୁ ଦୁର୍ବ୍ୟବହାର କରୁଛନ୍ତି ତେବେ ବି ଆପଣଙ୍କର ବିରୋଧରେ ଚାଲାଣ କଟି ପାରେ ।
ବନ୍ଧୁଗଣ ରାସ୍ତାରେ ହେଉଥିବା ଦୁର୍ଘଟଣାକୁ କମ କରିବା ପାଇଁ ଏଭଳି ନିୟମ କଡାକଡି ହୋଇଛି ହେଲେ ଏଥିରେ ଅନେକ ସାଧାରଣ ଲୋକ ବି ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି । ତେଣୁ ବନ୍ଧୁଗଣ ଆପଣ ମାନେ ବି ଏଥିଲାଗି ସଚେତନ ରୁହନ୍ତି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।