ଆଜି ପବିତ୍ର ସରସ୍ଵତୀ ପୂଜା ! ଜାଣନ୍ତୁ ଆଜି କଣ କରିବେ ଓ କଣ କରିବେ ନାହିଁ !

ଆଜି ସମସ୍ତ ସ୍କୁଲ କଲେଜ ଓ ଶିକ୍ଷା ଅନୁଷ୍ଠାନ ଗୁଡିକରେ ଓ ମାତା ସରସ୍ଵତୀଙ୍କ ପୂଜା କରାଯାଉଛି । ଶାସ୍ତ୍ର ଅନୁସାରେ କୁହାଯାଏ କି ମାତା ସରସ୍ଵତୀଙ୍କ ପୂଜା କରିଲେ ଭଲ ବିଦ୍ୟା ଲାଭ ହୋଇଥାଏ । ସେଥିପାଇଁ ମାଘମାସ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ବିଦ୍ୟା ଓ ବୁଦ୍ଧିର ଦେବୀ ମାତା ସରସ୍ଵତୀଙ୍କ ପୂଜା କରାଯାଏ । ଆଜିର ଦିନକୁ କେତେକ ସ୍ଥାନରେ ବସନ୍ତ ପଞ୍ଚମୀ ମଧ୍ୟ କୁହାଯାଏ । ଆଜିର ଦିନକୁ ବହୁତ ଶୁଭ ମଧ୍ୟ ହୋଇଥାଏ ।

ସେଥିପାଇଁ ସରସ୍ଵତୀ ପୂଜା ଦିନ କେତେକ ଲୋକମାନେ ନିର୍ବନ୍ଧ, ବିବାହ, ଗୃହ କାର୍ଯ୍ୟ ନିର୍ମାଣ ଓ ଅନ୍ୟାନ୍ୟ ଶୁଭ କାର୍ଯ୍ୟ କରିଥାନ୍ତି । ସରସ୍ଵତୀ ପୂଜାକୁ ଶ୍ରୀ ପଞ୍ଚମୀ ମଧ୍ୟ କୁହାଯାଏ । ଶାସ୍ତ୍ରରେ କୁହାଯାଇଛି କି ଯେଉଁ ପୂଜା ଦିନରେ ଶ୍ରୀ ଲାଗିଥାଏ ସେହି ଦିନ ଅତ୍ୟନ୍ତ ଶୁଭ ହୋଇଥାଏ ।

ବିଦ୍ୟାଦାତା ମାତା ସରସ୍ଵତୀ ଛାତ୍ର ଛାତ୍ରୀମାନଙ୍କୁ ବିଦ୍ୟା ଓ ବୁଦ୍ଧି ପ୍ରଦାନ କରିବା ସହ ଅଶେଷ କୃପା ମଧ୍ୟ ଦେଇଥାନ୍ତି । କୁହାଯାଏ କି ଯେଉଁମାନଙ୍କର ପାଠ ପଢିବାର ସମସ୍ୟା ଥାଏ ସେମାନଙ୍କ ପାଇଁ ଏହି ଦିନରେ ବିଶେଷ କରି ପୂଜା କରିବାର ନୀତି ନିୟମ ଅଛି । ଆମ ଶାସ୍ତ୍ରରେ ସମସ୍ତ ପୂଜାର ବିଶେଷ ନିୟମ ଓ ବିଶେଷ ସମୟ ଓ ଅନ୍ୟ କେତେକ ନୀତି ନିୟମ ବିଷୟରେ ଉଲ୍ଲେଖ କରାଯାଇଛି । ଯାହାକୁ ମାନି ପୂଜା କରିବା ଉଚିତ ଓ ଏହି ସବୁ ନିୟମକୁ ମାନି ପୂଜା କରିଲେ ହିଁ ପୂଜାରେ ଅସଲ ଫଳ ମିଳିଥାଏ ।

ସରସ୍ଵତୀ ପୂଜାକୁ ନେଇ ବି କିଛି ନୀତି ନିୟମ ବିଷୟରେ କୁହାଯାଇଛି । ସରସ୍ଵତୀ ପୂଜା ଦିନ ହଳଦିଆ ବସ୍ତ୍ର ଓ ଧଳା ବସ୍ତ୍ର ପରିଧାନ କରିବା ଉଚିତ । ଏହି ବସ୍ତ୍ର ପିନ୍ଧି ମାତା ସରସ୍ଵତୀଙ୍କ ଆରାଧନା କରିଲେ ମାତା ପ୍ରସନ୍ନ ହୋଇଥାନ୍ତି । ମନେ ରଖନ୍ତୁ ମାତା ସରସ୍ଵତୀଙ୍କ ପୂଜା କରିବା ସମୟରେ ଉତ୍ତର ଦିଗକୁ ମୁହଁ କରି ପୂଜା କରିବା ଉଚିତ । ମାତାଙ୍କୁ ଶ୍ଵେତ ଚନ୍ଦନ, ହଳଦିଆ ଓ ଧଳା ଫୁଲ ଅବଶ୍ୟ ଅର୍ପଣ କରନ୍ତୁ । ଭୋଗରେ ଦହି, ମିଶିରି ଓ ଲବଙ୍ଗ ନିଶ୍ଚିତ ରୂପରେ ଅର୍ପଣ କରନ୍ତୁ ।

କେସର ମିଶ୍ରିତ ଖିରୀ ବି ଅର୍ପଣ କରନ୍ତୁ । ପୂଜା କରିବା ସମୟରେ ମାତା ସରସ୍ଵତୀଙ୍କ ମନ୍ତ୍ର ଜପ କରନ୍ତୁ । ଏହା ପରେ ପ୍ରସାଦ ଗ୍ରହଣ କରନ୍ତୁ । ମାତାଙ୍କ ନିକଟରେ ନୀଳ ସରସ୍ଵତୀ ସ୍ତୋତ୍ର ପାଠ କରନ୍ତୁ । କୁହାଯାଏ କି ଏହିଭଳି କରିବା ଦ୍ଵାରା ଜ୍ଞାନ ଓ ବୁଦ୍ଧି ପ୍ରାପ୍ତ ହୋଇଥାଏ । ଆଜିର ଦିନରେ ନୁହେଁ ଯଦି ଆପଣ ସବୁଦିନ ମାତା ସରସ୍ଵତୀଙ୍କ ପୂଜା କରିବେ ତେବେ ଆପଣଙ୍କୁ ବିଦ୍ୟା ଓ ବୁଦ୍ଧି ପ୍ରାପ୍ତ ହେବେ । କୁହାଯାଏ କି ମାତା ସରସ୍ଵତୀ ଖୁସି ହେଲେ ବିଦ୍ୟା ଓ ସଙ୍ଗୀତ କ୍ଷେତ୍ରରେ ପିଲାମାନେ ଉନ୍ନତି କରିଥାନ୍ତି ।

Leave a Reply

Your email address will not be published. Required fields are marked *