ଦେଖନ୍ତୁ Video: ଆଜି ବି ବଞ୍ଚିଛି ମଣିଷ ପଣିଆ, ନ ହେଲେ…

ବନ୍ଧୁଗଣ, ଭଗବାନ ଅଛନ୍ତି ବୋଲି ଏହା ଏକ ବିଶ୍ଵାସ ର କଥା । କିନ୍ତୁ ଏହି ବିଶ୍ଵାସ କୁ ଆଡେଇ ଦେଇ ଆମ୍ଭେ ଆମ୍ଭ ଭିତରେ ଥିବା ଭଗବାନ ଙ୍କୁ ଦେଖିବାକୁ ଚେଷ୍ଟା କରି ନଥାଉ । ଠିକ ଯେମିତି ରାସ୍ତାରେ ଯାଉଥିବା କିଛି ମଣିଷ ଙ୍କ ମଧ୍ୟରୁ ଇଶ୍ଵର ଙ୍କ ନାମ ଲିଭିଯାଇଯାଇଛି । ଆଜି ଆମ୍ଭେ ଆପଣଙ୍କୁ ଏଭଳି ଏକ ଘଟଣା ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାକୁ ଶୁଣି ଆପଣ ଅତ୍ୟନ୍ତ ମର୍ମାହାତ ହୋଇଯିବେ । ତେବେ ଆସନ୍ତୁ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା । ଏହି ଦୃଶ୍ୟ ମାଧ୍ୟମରେ ଆମ୍ଭେ ଆପଣଙ୍କୁ ଇଶ୍ଵରଙ୍କ ସାକ୍ଷାତକାର କରାଇବାକୁ ଚେଷ୍ଟା କରୁଛୁ ।

ଢୁ ଢୁ ଖରାବେଳ ରାସ୍ତାଘାଟ ଶୁନଶାନ, କାଁ ଭାଁ ଅଳ୍ପ କେତୋଟି ଗାଡି ଯାଉଅଛି । ମୁଣ୍ଡ ଉପରେ ଛାଇ ନାହିଁ । ଟାଇଁ ଟାଇଁ ଖରାରେ ନିଜ ଦାଇତ୍ଵ ତୁଲାଉଛନ୍ତି ଟ୍ରାଫିକ ପୋଲିସ । ତାଙ୍କୁ ଦେଖିଲେ ଲାଗୁଛି ଯେମିତି ପୋଲିସ ବାବୁ ଜଣକ ଖରା ସହିପାରୁ ନାହାନ୍ତି । ଏବଂ କିଛି ସମୟ ହେବ ଏପଟ ସେପଟ ହେଉଛନ୍ତି । ପ୍ରଚଣ୍ଡ ଅଂଶଦାପାତ କୁ ସେ ସହିପାରୁ ନାହାଁନ୍ତି ।

ପାଖରେ ଯାଉଥିବା କୌଣସି ଲୋକ ଏହାକୁ ଦେଖିପାରୁନାହାଁନ୍ତି । ମାତ୍ର କାନ୍ଥ ରେ ଥିବା ନିର୍ଜୀବ ସି-ସି-ଟି-ଭି ସବୁ ଦେଖି ରେକର୍ଡ କରୁଛି । ସେହି ବାଟରେ ଅନେକ ଲୋକେ ଯାଉଠନ୍ତି କିଏ ଦେଖିକି ଯାଉଅଛି ତ ଆଉ କିଏ ଦେଖି କି ନ ଦେଖିଲ ଭଳି ମୁହଁ ବୁଲାଇ ପଳାଉଛି । ମାତ୍ର କେହି ମଧ୍ୟ ସେହି ପୋଲିସ ବାବୁ ଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରୁ ନାହାଁନ୍ତି । କଥାରେ ଅଛି ଯେ କିଛି ଭଲ ଲୋକଙ୍କ ପାଇଁ ହିଁ ଏହି ଦୁନିଆ ଚାଲିଛି ।

ତେବେ ଏଠାରେ ଏକ ଏଭଳି କିଛି ଘଟଣା ଘଟିଲା ସେହି ବାଟ ଦେଇ ସ୍କୁଟି ରେ ମା ଝିଅ ଯାଉଥିଲେ । ହଟାତ ଛୁଆଟି ଆଖିରେ ଏହି ଦୃଶ୍ୟଟି ପଡିଲା । ଆଉ ସେ ପାଟି କରି କହିଲା ମାମା ସେଠାରେ ପୋଲିସ ଅଙ୍କଲ ପଡି ଯାଇଛନ୍ତି । ମା’ ଝିଅ ଗାଡି ବୁଲାଇ ସେଟାକୁ ସାଙ୍ଗେ ସାଙ୍ଗେ ଆସିଲେ । ଆଉ ଟ୍ରାଫିକ ପୋଲିସଙ୍କ ମୁହଁ ରେ ପାଣି ମାରି ଚେତା ଫେରାଇବାକୁ ଚେଷ୍ଟା କରିଲେ ।

ମଣିଷ ଭିତରେ ଥିବା ଇଶ୍ଵର ଙ୍କ ଚେଷ୍ଟା ସଫଳ ହେଲା ଚେତ ପାଇଲେ ପୋଲିସ ବାବୁ । କଥାରେ କୁହନ୍ତି ଯେ ସମୟ କ୍ରମେ ଦୁର୍ଲଭ ମନୁଷ୍ୟ ଜନମ ସରିଯାଏ କିନ୍ତୁ ମଣିଷ ଇଶ୍ଵର ପାଲଟି ପାରେନା । କିନ୍ତୁ ଗୋଟିଏ କଥା ମନେ ରଖନ୍ତୁ ଯେ ମଣିଷ କୁ ଇଶ୍ଵର କରିବାକୁ ଭଗବାନ ମଧ୍ୟ ଅବସର ଦେଇଥାନ୍ତି । ଚତୁର ଲୋକେ ଏହାକୁ ବୁଝନ୍ତି ଆଉ ନିର୍ବୋଧ ମନେ ଅବୁଝା ହୋଇ ଫେରନ୍ତି । ତେବେ ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *