Breaking News- ଆଜି ଭାରତ ବନ୍ଦ, ଦେଖନ୍ତୁ କଣ ରହିବ ଖୋଲା ଓ କଣ ବନ୍ଦ…

ଅଗ୍ନିପଥ ଯୋଜନାକୁ ବିରୋଧ କରି ଭାରତ ବନ୍ଦ ଡାକରା ।  ବିଭିନ୍ନ ସଂଗଠନ ପକ୍ଷରୁ ଦେଶବ୍ୟାପୀ ଭାରତ ବନ୍ଦ । ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । ଆରପିଏଫ୍‌ ଓ ଜିଆରପିମାନଙ୍କୁ ଆଲର୍ଟ କରାଯାଇଛି । ବନ୍ଦ ପାଳନ ବେଳେ ବିଭିନ୍ନ ସ୍ଥାନରେ ଷ୍ଟେସନରେ ଭଙ୍ଗାରୁଜା ଓ ଟ୍ରେନ ପୋଡ଼ି ଭଳି ଘଟଣା ଘଟିବାର ଆଶଙ୍କା ଥିବାରୁ ଯବାନଙ୍କୁ ଆଲର୍ଟ କରାଯାଇଛି ।

ଏହା ସହ ହିଂସା ସୃଷ୍ଟିକାରୀଙ୍କ ଉପରେ ନଜର ରଖାଯାଇଛି । ସେପଟେ ସୁରକ୍ଷା ଦ୍ରୁଷ୍ଟିରୁ ଝାଡଖଣ୍ଡର ସମସ୍ତ ସ୍କୁଲକୁ ବନ୍ଦ କରାଯାଇଛି । ତେବେ ନିର୍ଦ୍ଧିଷ୍ଟ ଭାବରେ କେଉଁ ସବୁ ସଂଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି ଜଣା ପଡି ନଥିଲେ ବି ଗୋଇନ୍ଦା ସୂଚନା ଆଧାରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଅଗ୍ନିପଥ ଯୋଜନା ଘୋଷଣା  ହେବା ପରେ ଦେଶର ବିଭିନ୍ନ ରାଜ୍ୟରେ ବିଖୋପ ଜାରି ରହିଛି  ।

ବିହାର, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଓ ଝାଡଖଣ୍ଡରେ ବିକ୍ଷୋପ ବେଳେ ଆନ୍ଦୋଳନକାରୀ ମାନେ ଷ୍ଟେସନରେ ଭଙ୍ଗାରୁଜା ଓ ଟ୍ରେନ ଜଳାଇ ଦେବାରୁ ଭାରତ ବନ୍ଦ ଡାକରା ଉପରେ କଡା ନଜର ରଖାଯାଇଛି । ଅଗ୍ନିପଥ ଯୋଜନାକୁ ବିରୋଧ କରି ଦେଶରେ ହିଂସାକାଣ୍ଡ କରିବା ଅଭିଯୋଗରେ ଏ ପର୍ଯ୍ୟନ୍ତ ଗିରଫ ହେଲେଣି 804 ଅଭିଯୁକ୍ତ । ତେବେ ବନ୍ଧୁଗଣ ଏହା ସହିତ ଜୁନ 16 ତାରିଖରୁ ଜୁନ 18 ତାରିଖ ମଧ୍ୟରେ 145ଟି ମାମଲା ରୁଜୁ ହୋଇଛି ।

ହିଂସାକୁ ରୋକାଯିବା ଲାଗି ବିହାରର 17ଟି ଜିଲ୍ଲାରେ ଇଣ୍ଟର୍ନେଟ ବ୍ୟବସ୍ଥା ବନ୍ଦ କରାଯାଇଛି । ଅଗ୍ନିପଥ ଯୋଜନାରେ ମିଛ ଖବର ପ୍ରସାରଣ ଅଭିଯୋଗରେ 35ଟି ୱାଟସପ୍ ଗ୍ରୁପକୁ ବନ୍ଦ କରାଯାଇଛି । ଏପଟେ ସେନାରେ ନିଯୁକ୍ତି ପାଇଁ ଘୋଷଣା ହୋଇଥିବା ଅଗ୍ନିପଥ ସ୍କିମକୁ ବିରୋଧ କରି ଗତ କାଲି ଆନ୍ଦୋଳନକାରୀଙ୍କ ପ୍ରତିକଳା ଆଭିମୁଖ୍ଯ ପ୍ରକାଶ କରିଛି ପ୍ରତିରକ୍ଷା ମନ୍ତ୍ରାଳୟ ।


ହିଂସାକାଣ୍ଡରେ ସାମିଲ ଥିବା ଯୁବକଙ୍କୁ ସେନାରେ ଭର୍ତ୍ତି ହେବାର ସୁଯୋଗ ମିଳିବନି ବୋଲି ସ୍ପର୍ଷ୍ଟ କରିଛନ୍ତି ସେନାର ସଚିବ । 3ଟି ସେନାରେ ଖୁବ ଶୀଘ୍ର ଆରମ୍ଭ ହୋଇଯିବ ଅଗ୍ନିପଥ ନିଯୁକ୍ତି । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ହିଂସାକାଣ୍ଡ ଘଟାଉ ଥିବା ଯୁବପିଢି ମାନେ ବହୁତ କ୍ଷୟ କ୍ଷତି କରିସାରିଛନ୍ତି । ତେଣୁ ବନ୍ଧୁଗଣ ଭାରତ ବନ୍ଦ ଡାକରାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *