ମୁଁ ଏପର୍ଯ୍ୟନ୍ତ ବଞ୍ଚିଛି ତୁମେ ଭାଙ୍ଗିପଡ଼ନି, ସରକାର ପୁଣି ବଦଳିବ ବୋଲି କହିଲେ… Naveen Patnaik

ତୁମେ ଭାଙ୍ଗିପଡନି ମୁଁ ବଞ୍ଚିଛି ତୁମେ ଚିନ୍ତା କରନାହିଁ । ଦୀର୍ଘ 24 ବର୍ଷ କାଳର ସରକାର ଏବେ ଭାଙ୍ଗିଯାଇଛି । ରାଜ୍ୟରେ ବିଜେଡି ଗଡ ଭାଙ୍ଗିପଡିଛି । ସବୁ ବିଜୁ ଜନତା ଦଳର କର୍ମୀ ମାନେ ମଧ୍ୟ ଭାଙ୍ଗିପଡିଛନ୍ତି । ତେବେ ବିଜେଡି ପରିବାରରୁ ଜଣେ ଲୋକ ଏତେ କିଛି ହେଲା ପରେ ମଧ୍ୟ ନିଜକୁ ଭାଙ୍ଗିଯିବାକୁ ଦେଇନାହାନ୍ତି । ସେ ଜଣଙ୍କ ହେଉଛନ୍ତି ବିଜେଡି ସୁପ୍ରିମୋ ମାନ୍ୟବର ନବୀନ ପଟ୍ଟନାୟକ । ତେବେ ନବୀନ ପଟ୍ଟନାୟକ ଏବେ ଦଳର ସବୁ କର୍ମୀ ମାନଙ୍କ ପାଖକୁ ଡାକି ତାଙ୍କ ମନରେ ଉତ୍ସାହ ଭରିଛନ୍ତି ।

ବିଜେଡି ସରକାର ଭାଙ୍ଗିଗଲା ପରେ ନବୀନ ଏବେ ଦଳର ସବୁ କର୍ମୀଙ୍କୁ ପାଖକୁ ଡାକି ତାଙ୍କ ମନରେ ଉତ୍ସାହ ଭରିବାରେ ଲାଗି ପଡିଛନ୍ତି । ଯେମିତିକି ବିଜେଡି ଦଳ ନଭାଙ୍ଗି ପୂର୍ବ ଭଳି ମଜଭୁତ ହୋଇପାରିବ । ସେଥିପାଇଁ ଏବେ ଦଳର ମୁଖିଆ ଦଳର ସବୁ କର୍ମୀଙ୍କୁ ଏକଜୁଟ କରି ଦଳକୁ ଆଗ ଭଳି ଚଳାଇବା ପାଇଁ ତାଙ୍କର ମନୋବଳକୁ ଦୃଢ କରିଛନ୍ତି । ଖୋଦ ନବୀନ ପଟ୍ଟନାୟକ ନିଜେ ମାଇକ ଧରି ନିଜ ଦଳର ସବୁ କର୍ମୀ ମାନଙ୍କୁ ଏମିତି ସବୁ କହିଛନ୍ତି ।

ମୁଁ ଏବେ ପର୍ଯ୍ୟନ୍ତ ବଞ୍ଚିଛି । ମୁଁ ମରିନାହିଁ । ଆମେ ହାରିଯାଇଛେ ସତ । ହେଲେ ଏବେ ପର୍ଯ୍ୟନ୍ତ ଦଳ ଭାଙ୍ଗି ନାହିଁ । ଗଣତନ୍ତ୍ରରେ ହାରିବା ଓ ଜିତିବା ଏକ ପ୍ରକ୍ରିୟା ହୋଇଥାଏ । ଲୋକଙ୍କର ସେବା କରିବା ହେଉଛି ଆମ ମାନଙ୍କର ପ୍ରକୃତ ଧର୍ମ । ଆମେ ପୂର୍ବରୁ ମଧ୍ୟ ଯେଉଁ ଭଳି ଭାବେ ଲୋକଙ୍କର ସେବା କରି ଆସୁଥିଲୁ । ସେହିଭଳି ଏବେ ଦଳର ସବୁ ଲୋକ ମିଶି ଏକଜୁଟ ହୋଇ ଲୋକଙ୍କର ସେବା କରି ଚାଲିବା । କାରଣ ଓଡିଶାବାସୀଙ୍କର ସେବା ହେଉଛି ଆମ ମାନଙ୍କର ସଂକଳ୍ପ ।

ଏଥିସହ ସଂକଳ୍ପକୁ ସାକାର କରିବା ଦିଗରେ ଆମେ ମାନେ ସମସ୍ତ ଆଗକୁ ବଢିଚାଲିବା । ତେବେ ଅପର ପକ୍ଷରେ ବିଜେପି ତାହାର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛି । ଏପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଦଳର କର୍ମୀ ମାନଙ୍କୁ ପାଖକୁ ଡାକି ଏଭଳି ମନ୍ତ୍ରଣା ଦେଇ ଦଳକୁ ଭାଙ୍ଗିବାକୁ ନଦେଇ ଲୋକଙ୍କର ସେବା କରିଚାଲିବା ପାଇଁ କହିଛନ୍ତି । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *