କାହିଁକି ମୁଖ୍ୟମନ୍ତ୍ରୀ ହେଲେ Mohan Majhi? କାହିଁକି ତାଙ୍କ ଉପରେ ଭରସା କଲା ଦଳ? BJP

ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ କରିବାର ବଡ କାରଣ ! ହଁ ଆଜ୍ଞା ସମସ୍ତ ଅପେକ୍ଷାର ଏବେ ଅନ୍ତ ଘଟିଯାଇଛି । ଓଡିଶା ଏବେ ତାହାର ନୂଆ ମୁଖ୍ୟମନ୍ତ୍ରୀ ପାଇସାରିଛି । ଭାରତୀୟ ଜନତା ପାର୍ଟି ପକ୍ଷରୁ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କର ନାମ ଘୋଷଣା ହୋଇଛି । ବିଜେପି ମୋହନ ଚରଣ ମାଝିଙ୍କୁ ନୂତନ ମୁଖ୍ୟମନ୍ତ୍ରୀଙ୍କୁ ଚୟନ କରାଯାଇଛି । କେନ୍ଦୁଝର ବିଧାୟକ ମୋହନ ଚରଣ ମାଝି ହେବେ ଓଡିଶାର ନୂତନ ମୁଖ୍ୟମନ୍ତ୍ରୀ ।

ତେବେ ମୋହନ ଚରଣ ମାଝିଙ୍କୁ ଓଡିଶାର ଏତେ ବଡ ପଦବୀ ଅର୍ଥାତ ମୁଖ୍ୟମନ୍ତ୍ରୀ ପଦ ପାଇଁ କାହିଁକି ତାଙ୍କୁ ଚୟନ କରାଗଲା ଆସନ୍ତୁ ଜାଣିବା । ତେବେ ଏଭଳି କିଛି ପ୍ରମୁଖ କାରଣ ପାଇଁ ମୋହନ ଚରଣ ମାଝିଙ୍କୁ ମୁଖ୍ୟମନ୍ତ୍ରୀ ପାଇଁ ଚୟନ କରାଯାଇଛି । ମୋହନ ମାଝି ରାଜ୍ୟ ବିଜେପିର ଟାଣୁଆ ଆଦିବାସୀ ଚେହେରା । କେନ୍ଦୁଝର ଆସନରୁ 4 ରୁ 4 ଥର ବିଧାୟକ ଭାବେ ନିର୍ବାଚିଥୋଇଛନ୍ତି ମୋହନ ମାଝି । 2000 ମସିହା ସାଧାରଣ ନିର୍ବାଚନରେ ପ୍ରଥମେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ମୋହନ ମାଝି ।

ପରେ ପରେ 2004, 2019 ଓ 2024 ରେ କେନ୍ଦୁଝର ଆସନରୁ ଲଢି ବିଧାୟକ ହୋଇଛନ୍ତି ମୋହନ ମାଝି । 2000 ଓ 2004 ମଧ୍ୟରେ ବିଭିନ୍ନ ବିଧାନସଭା କମିଟିର ସଦସ୍ୟ ରହିଛନ୍ତି । ସରକାରୀ ଉପମୁଖ୍ୟ ସଚେତକ ଏବଂ ପବ୍ଲିକ ଅକଉଣ୍ଟ୍ସ କମିଟିର ଅଧକ୍ଷ ଥିଲେ । ବିଧାନସଭାରେ ବିରୋଦ୍ଧି ଦଳ ମୁଖ୍ୟ ସଚେତକ ଭାବେ ଦାୟିତ୍ଵ ତୁଲାଇ ସାରିଛନ୍ତି । ତେବେ ଏକ ସାଧାରଣ ପରିବାରରୁ ଆସିଥିବା ମୋହନ ଚରଣ ମାଝି ପ୍ରଥମେ ଶିକ୍ଷକତା ପେଶାକୁ ଆଦରି ନେଇଥିଲେ ।

ପ୍ରଥମେ ସେ ଶିଶୁ ମନ୍ଦିର ଗୁରୁଜୀ ଭାବେ କ୍ଯାରିଅର ଆରମ୍ଭ କରିଥିଲେ ମୋହନ ମାଝି । ପରେ 1997 ରେ ରାଇକଳା ପଂଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ ମୋହନ ମାଝି । ତାପରେ ସେବେ ଠାରୁ ହିଁ ସେ ଆଉ ପଛକୁ ଫେରି ଚାହିଁନଥିଲେ । ସରପଞ୍ଚ ଭାବେ ନିଜ ଅଞ୍ଚଳରେ ଖୁବ ଲୋକପ୍ରିୟ ହେବା ପରେ 2000 ମସିହାରେ କେନ୍ଦୁଝର ବିଧାନସଭା ଆସନରୁ ବିଜେପି ଟିକେଟରେ ପ୍ରାର୍ଥୀ ହୋଇ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ମୋହନ ମାଝି ।

ତେବେ 2024 ମସିହାରେ ବିଜେପି ବୈଠକରେ ମୋହନ ମାଝିଙ୍କ ନାମ ମୁଖ୍ୟମନ୍ତ୍ରୀ ପଦ ପାଇଁ ଘୋଷଣା କରିଛି । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *