Nisha Maharana ଙ୍କ ନାଁରେ ମହିଳା ଥାନାରେ ଅଭିଯୋଗ କଲେ ମହିଳା କଂଗ୍ରେସ…

ନିଶା ମହାରଣାଙ୍କୁ ଓଡିଶାରୁ ବିଦା କରାଯାଉ ! ଯାତ୍ରା ଆଇଟମ ଗାର୍ଲ ନିଶା ମହାରଣା ଜିଏକି ଅନେକ ସମୟରେ ବିବାଦ ଘେରରେ ଫସିକି ରହିଥାନ୍ତି । ତେବେ ନିକଟରେ ହୋଲି ସମୟରେ ନିଶାଙ୍କୁ ନେଇ ବିବାଦ ଉଠିଥିଲା । କଙ୍ଗ୍ରେଶ ଭବନକୁ ହୋଲି ଖେଳିବାକୁ ଯାଇଥିବା ବେଳେ ସେଠାରେ ତାଙ୍କୁ କଙ୍ଗ୍ରେଶର କିଛି ମହିଳା କର୍ମୀ ନିଶାଙ୍କୁ ତଡା ଦେଇ ବିଦା କରିଦେଇଥିଲେ । ତେବେ କଙ୍ଗ୍ରେଶର ଜଣେ ମହିଳା କର୍ମୀ ଗଣ ମାଧ୍ୟମ ସାମ୍ନାରେ ନିଶାଙ୍କ ବିରୁଦ୍ଧରେ ପ୍ରତିକ୍ରିୟା ଦେଇ କିଛି ଏଭଳି କହିଛନ୍ତି ।

ତେବେ ତାଙ୍କ କହିବା ଅନୁଯାଇ ହୋଲି ଦିନ ନିଶା ମହାରଣା ନିଶା ଦ୍ରବ୍ୟ ସେବନ କରି କଙ୍ଗ୍ରେଶ ଭବନ ମଧ୍ୟକୁ ପ୍ରବେଶ କରିଥିଲା । ତାପରେ ସେଠାକୁ ଯାଇ ସେଠାରେ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବାରୁ ଆମର ସବୁ ମହିଳା କଙ୍ଗ୍ରେଶ କର୍ମୀ ତାଙ୍କୁ ସେଠାରୁ ବିଦା କରିଦେଇଥିଲୁ । ତାପରେ ନିଶା ଆମକୁ ଧମକ ଦେଇ କହିଥିଲା । ମୁଁ ନିଶା ମହାରଣା ମୁଁ ଯାହା କହିବି ତୁମେ କରିବାକୁ ଏଠାରେ ବାଧ୍ୟ ହେଇଯିବ ।

ତାପରେ ଆମେ ସବୁ ମହିଳା କର୍ମୀ ମିଶି ତାକୁ ସେଠାରୁ ତଡି ଦେଲା ପରେ ସେ ମିଡିଆ ସାମ୍ନାରେ ଆମ ମାନଙ୍କ ବିଷୟରେ ଖରାପ କଥା ଗାଳିଗୁଲଜ କରିଥିଲା । ଆମକୁ ସବୁ ଅପମାନ ଦେଲା ଭଳି କଥା ମିଡିଆ ଆଗରେ କହି ବୁଲୁଥିଲା । ତେଣୁ ସେହି ନିଶା ବିରୁଦ୍ଧରେ ଆମେ ଅଭିଯୋଗ ଦେବା ପାଇଁ ମହିଳା ଥାନାକୁ ଆସିଛୁ । ଏଭଳି ଅସଭ୍ୟ ମହିଳା ଆମ ଓଡିଶାରେ ରହିବା ଦରକାର ନାହିଁ ।

ତେଣୁ ଯଥା ଶୀଘ୍ର ଓଡିଶାବାସୀ ବିଚାର କରି ସେ ଅସଭ୍ଯ ମହିଳାକୁ ଆମ ଓଡିଶାରୁ ତୁରନ୍ତ ବିଦା କରାଯାଉ । ଆମେ ନିଶା କଥା ଓଡିଶାବାସୀଙ୍କ ଉପରେ ଛାଡି ଦେଇଛୁ । କାରଣ ମୋବାଇଲ ଖୋଲିଲା ମାତ୍ରେ ସେହି ନିଶା ମହାରଣାକୁ ଲୋକ ଦେଖୁଛନ୍ତି । ତେଣୁ ନିଶା ମହାରଣା କେମିତିକା ଝିଅ ସବୁ ଲୋକ ଜାଣିଛନ୍ତି । ତେଣୁ ସେଭଳି ଝିଅ ପାଇଁ କଣ ଉଚିତ ପଦକ୍ଷେପ ନିଆଜିବା ଉଚିତ । ଏ ବିଷୟରେ ତୁରନ୍ତ ପଦକ୍ଷେପ ନିଆଜିବା ଉଚିତ । ଏଥିସହ ଯେତେ ଶୀଘ୍ର ସମ୍ଭବ ସେ ନିଶା ମହାରଣାକୁ ଓଡିଶାରୁ ବିଦା କରାଯିବାର ମଧ୍ୟ ବ୍ୟବସ୍ଥା କରାଯିବା ଦରକାର ପଡୁଛି । ଖବରର ଅପଡେଟ ପାଇଁ ଆଗକୁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *