କାଦୁଅ ବିଲରେ କୃଷକଙ୍କ ସହିତ କାହିଁକି ଧାନ ରୋଇଲେ ସାଂସଦ Aparajita Sarangi, ଦେଖନ୍ତୁ ଏ ନେଇ କଣ କହିଲେ ଅପରାଜିତା…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ନାରୀ ନେତ୍ରୀ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ତ ନିଶ୍ଚୟ ଜାଣିଥିବେ । ସେ ସବୁବେଳେ ସତ ସହ ଲଢନ୍ତି । ଆଉ ସବୁବେଳେ ସେ ଦୁଃଖୀ ଗରିବ ମାନଙ୍କର ସାଥ ଦିଅନ୍ତି । ସେ ଜଣେ ବହୁତ ଭଲ ନାରୀ ନେତ୍ରୀ ଅଟନ୍ତି । ଆଉ ସେ ଭୁବନେଶ୍ୱର ସହରର ସାଂସଦ ଅଟନ୍ତି । ଆଉ ସବୁବେଳେ ସେ ତାଙ୍କ କାମ ପାଇଁ ଲୋକ ମାନଙ୍କର ପ୍ରିୟ ହୋଇ ରୁହନ୍ତି । ସେ ତାଙ୍କ କାମକୁ ଗୁରୁତ୍ଵ ଦିଅନ୍ତି । ଲୋକମାନଙ୍କ ସେବା କରିବାକୁ ସେ ବହୁତ ଭଲପାଆନ୍ତି ।

ତେବେ ରୋକ୍‌ଠୋକ୍‌ କଥାକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ପ୍ରଶାସିକାରୁ ରାଜନେତା ବନିଥିବା ଶ୍ରୀମତୀ ଷଡଙ୍ଗୀ ଏଥର କିନ୍ତୁ ନିଜ ବାକ୍ୟ ବାଣ ପାଇଁ ଚର୍ଚ୍ଚାରେ ନାହାନ୍ତି । ବରଂ ତାଙ୍କର କିଛି ଫଟୋକୁ ନେଇ ସୋଶାଲ ମିଡିଆରେ ଚର୍ଚ୍ଚା ହେଉଛି । ଅପରାଜିତାଙ୍କୁ ଦେଖିବାକୁ ମିଳିଛି ଭିନ୍ନ ଏକ ଆନ୍ଦାଜରେ ।

ସେ ଚାଷ ଜମିରେ ଚାଷୀଙ୍କ ସହିତ ତଳି ରୋଉଥିବା ଦେଖିବାକୁ ମିଳିଛି । ଯେଉଁ ଫଟୋ ସେ ନିଜେ ସୋଶାଲ ମିଡିଆ ଫେସ୍‌ବୁକ୍‌ରେ ପୋଷ୍ଟ କରିଛନ୍ତି । ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଫେସ୍‌ବୁକ ଆକାଉଣ୍ଟରେ ପୋଷ୍ଟ ହୋଇଥିବା ଫଟୋର କ୍ୟାପ୍‌ସନ୍‌ ରହିଛି-ମା, ମାଟି ଆଉ ଆମ  ଅନ୍ନଦାତା କୃଷକ… । ଦୁଇଦିନ ତଳେ ସେ ବେଗୁନିଆରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ ।

ସେଠାରୁ ଭୁବନେଶ୍ୱର ଫେରିବା ରାସ୍ତା ପାର୍ଶ୍ୱରେ କିଛି ଚାଷୀ ଜମିରେ ତଳି ରୋଉ ଥିଲେ । ଏହା ଦେଖି ଶ୍ରୀମତୀ ଷଡଙ୍ଗୀ ସେମାନଙ୍କ ପାଖକୁ ଯାଇ କିଛି ସମୟ କଥା ହୋଇଥିଲେ । ପରେ ସେମାନଙ୍କ ସହିତ ଜମିରେ ତଳି ରୋଇଥିବା ଜଣାପଡ଼ିଛି । ଯାହାର ଫଟୋ ଏବେ ସୋଶାଲ୍‌ ମିଡିଆରେ ।

ସାଂସଦ ଅପରାଜିତା ଷଡ଼ଙ୍ଗୀ ଚାଷୀ ମାନଙ୍କୁ ସାହାଯ୍ୟ କରିବା ପାଇ କାଦୁଅ ପୂର୍ଣ୍ଣ ବିଲକୁ ଯାଇଥିଲେ । ଆଉ ସେଠାରେ ରୋଇବାକୁ ଲାଗିଥିଲେ ଧାନ । ଆଉ ଯାହା କରି ସେ ବହୁତ ଖୁସି ମଧ୍ୟ ଅନୁଭବ କରିଥିବାରୁ ନଜର କୁ ଆସିଛି । ତେବେ ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ।


ତେବେ ସେ ଏହା ମଧ୍ୟ କହିଛନ୍ତି କି ମୁଁ ମଞ୍ଚ ଉପରେ ବସି ତାଙ୍କ କଣ ଦୁଃଖ ଅଛି କହିଲେ ହୁଏତ ଏତେ ହୃଦୟଙ୍ଗମ ହୋଇ ପାରିବନି କି ସେମାନେ କହିବେ ନାହିଁ । ତେବେ ସେଥିପାଇଁ ସେମାନଙ୍କ ପାଖକୁ ଯାଇ ତାଙ୍କୁ କେତେ ପଇସା ମିଳୁଛି ସେ କେମିତି ଚଳୁଛନ୍ତି ସବୁ ବୁଝି ଆସିଲି । ତେବେ ଏହା ପ୍ରତ୍ୟେକ ନେତା କରିବା ଆବଶ୍ୟକ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *