ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଓଡ଼ିଶା ର ଅନେକ ସ୍ଥାନ ରେ ବନ୍ୟା ଜଳ ପ୍ରବେଶ କରି ବିଭିନ୍ନ ଗାଆଁ ରେ ପାଣି ପଶି ଯାଇଛି ଓ ଲୋକ ମାନେ ଭାରି ଅସୁବିଧା ରେ ଅଛନ୍ତି । ଆମ ଓଡ଼ିଶା କୁ ପ୍ରତି ବର୍ଷ ବନ୍ୟା ଓ ବାତ୍ୟା ଆସିଥାଏ ଓ ଏହି ବନ୍ୟା ଓ ବାତ୍ୟା ରେ ଲୋକ ମାନେ ଅନେକ ଅସୁବିଧା ରେ ପଡ଼ି ଥିଲେ ମଧ୍ୟ ରାଜ୍ୟ ସରକାର ପୂର୍ବ ଲୋକ ମାନ ଙ୍କୁ ଠିକ୍ ନିରାପଦ ସ୍ଥାନ କୁ ନେଇ ଯାଇଥାଆନ୍ତି ।
ତେବେ ଲୋକ ମାନ ଙ୍କ ଅସୁବିଧା କହିଲେ ସେମାନ ଙ୍କ ଘର୍ ଭାଙ୍ଗି ଯାଇଥାଏ ଓ ବର୍ଷ ସାରା ଖାଇବା ପାଇଁ ଯେଉଁ ଧାନ ଚାଷ କରି ଥାଆନ୍ତି ତାହା ନଷ୍ଟ ହୋଇଯାଏ । ବର୍ତ୍ତମାନ୍ ସମୟ ରେ ହୀରାକୁଦ ଗେଟ ଖୋଲା ଯାଉ ବନ୍ୟା ପାଣି ନିଷ୍କାସିତ କରା ଯାଉଛି । ଫଳ ରେ ରାଜ୍ୟ ର ନଦୀ ଗୁଡ଼ିକ ରେ ଜଳସ୍ତର ବୃଦ୍ଧି ପାଇଛି ଓ ଅନେକ ଗାଆଁ ଭିତର କୁ ବନ୍ୟା ପାଣି ମାଡି ଯାଇଛି , ବର୍ତ୍ତମାନ୍ ସମୟ ରେ ଅନେକ ଗାଆଁ ଜଳମଗ୍ନ ରେ ଅଛନ୍ତି ଓ କିଛି ଗ୍ରାମ ବାହ୍ୟ ଜଗତ ରୁ ଦୂର ରେ ଅଛନ୍ତି ।
ଲୋକ ମାନେ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବର୍ତ୍ତମାନ୍ ସମୟ ରେ ଚର୍ତୁପାଶ୍ୱରେ କେବଳ ପାଣି । ତେବେ କିଛି ଲୋକ ଙ୍କୁ ରନ୍ଧା ଖାଦ୍ୟ ସହାୟତା ମିଳୁ ଥିବା ସମୟରେ ଆଉ କିଛି ଲୋକ ଖାଇବାକୁ ପାଉ ନାହାଁନ୍ତି । ଅନେକ ଚାଷୀ ଶହ ଶହ ହେକ୍ଟର ଜମି ରେ ଚାଷ କରି ଥିଲେ କିନ୍ତୁ ବନ୍ୟା ପାଣି ଗର୍ଭ ରେ ସେଗୁଡିକ ନଷ୍ଟ ହୋଇ ଯାଇଛି । ଲୋକ ମାନେ ବନ୍ୟା ପାଣି କୁ ନେଇ ଯେତିକି ଭୟବିତ ନାହାଁନ୍ତି ତା ଠାରୁ ଅଧିକ ଭୟଭୀତ ଅଛନ୍ତି କୁମ୍ଭୀର ଓ ସାପ ମାନ ଙ୍କୁ ନେଇ ।
ବନ୍ୟା ଜଳ ରେ ଲୋକ ମାନେ ନିଜ ଅସୁବିଧା କୁ ନିଜ ମନ ରେ ରଖୁଛନ୍ତି କାରଣ ଅସୁବିଧା ଶୁଣିବା ପାଇଁ ତାଙ୍କ ପାଖ ରେ କେହି ନାହାଁନ୍ତି କିନ୍ତୁ ପିପିଲି ର ବିଧାୟକ ଆମ ପ୍ରିୟ ରୁଦ୍ର ମହାରଥୀ ବର୍ତ୍ତମାନ ସେ ନଦୀ ବନ୍ଧ ରେ ରହୁଥିବା ଲୋକ ମାନଂକୁ ସୁରକ୍ଷିତ ସ୍ଥାନକୁ ନେଇ ଯାଉଛନ୍ତି । ତେବେ ସେଥି ମଧ୍ୟରୁ ଅନେକ ଲୋକ ନିଜ ଘର ଦ୍ୱାର ଛାଡି ଯିବା ପାଇଁ ନାରାଜ ଅମଙ୍ଗ ହେଉଛନ୍ତି ଏବଂ ସେଥିପାଇଁ ସେମାନଙ୍କୁ ଭଲ ଭାବରେ ବୁଝା ସୁଝା କରି ସେ ସୁରକ୍ଷିତ ସ୍ଥାନକୁ ନେଇ କି ଯାଉଛନ୍ତି ।
ତେବେ ସେମାନଙ୍କର ଖାଇବା ପିଇବାର ଧ୍ୟାନ ମଧ୍ୟ ନେଉଛନ୍ତି ମେଡ଼ିସିନ ଆଣି ଯୋଗେଇ ଦେଉଛନ୍ତି ଏବଂ ସୁବିଧାରେ ବସ ବାସ କରିବା ପାଇଁ କହୁଛନ୍ତି । ତେବେ ଏପରି ବିଧାୟକ ଙ୍କୁ ପାଇଁ ସମସ୍ତେ ଖୁସି ଅଛନ୍ତି ଏବଂ ଗର୍ବ ଅନୁଭବ ମଧ୍ୟ କରୁଛନ୍ତି । ତେବେ ରାଜ୍ୟରେ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀ ଆଜି ବନ୍ୟାସ୍ଥିତି ସମୀକ୍ଷା କରିଛନ୍ତି । ୫ଟି ଜିଲ୍ଲାର ସ୍ଥିତିକୁ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି । ଖୋର୍ଦ୍ଧା ସହିତ ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।