ହୀରାକୁଦ ଡ୍ୟାମ କିପରି ନିର୍ମାଣ ହୋଇଥିଲା, ଜାଣନ୍ତୁ ସଂପୂର୍ଣ୍ଣ କାହାଣୀ…(History of Hirakud Dam)

ନମସ୍କାର ବନ୍ଧୁଗଣ ତେବେ ସମ୍ବଲପୁର ଜିଲ୍ଲାରୁ ୧୫ କିମି ଦୂରରେ ହୀରାକୁଦ ଡ଼୍ୟାମ ରହିଛି । ଯାହା ମହାନଦୀ ଉପରେ ଅବସ୍ଥିତ । ମହାନଦୀରେ ବର୍ଷା ଦିନରେ ବହୁତ ବଡ଼ ବଡ଼ ବନ୍ୟା ଆସେ । ବନ୍ୟା ଯୋଗୁଁ ହଜାର ହଜାର ଜମି ବର୍ବାଦ ହୋଇଯାଉଥିଲା । ସେଥି ପାଇଁ ବହୁତ ଲୋକ ଭୋକ ଉପାସରେ ମୃତ୍ୟୁ ବରଣ କରୁଥଲେ । ଏହି କାରଣ ଯୋଗୁ ୧୯୩୬ ମସିହାରେ ଶ୍ରୀ ବିଶ୍ୱାସରାୟ ମହାନଦୀରେ ଏକ ବନ୍ଧ ନିର୍ମାଣ ପାଇଁ ଯୋଜନା କଲେ ।

୧୯୪୫ ମସିହାରେ ଡାକ୍ତର ଆମ୍ବେଦକର ଡ୍ୟାମ ତିଆରି ଲାଗି ସ୍ଵୀକୃତି ଦେଇଥିଲେ । ୧୯୪୬ରେ ବନ୍ଧ ନିର୍ମାଣ ଆରମ୍ଭ ହୋଇଥିଲା । ଏହା ସହ ଏହି ଡ୍ୟାମ ତିଆରି କରିବା ଲାଗି ଆଖ ପାଖର ୩୦୦ ଗାଁ କୁ ଖାଲି କରିବାକୁ ପଡ଼ିଥିଲା । ଏହି ହୀରାକୁଦ ନଦୀ ବନ୍ଧ ଦୁଇଟି ପାହାଡକୁ ଲାଗି ତିଆରି କରାଯାଇଛି । ଏହି ପାହାଡ଼ ଦୁଇଟିର ନାମ ହେଉଛି ଚାନ୍ଦିନୀ ଟୁଙ୍ଗୁରି ଓ ଲକ୍ଷ୍ମୀ ଟୁଙ୍ଗୁରି । ମଝିରେ ହୀରାକୁଦ ବନ୍ଧ ନିର୍ମାଣ ହୋଇଛି ।

ଲକ୍ଷ୍ମୀ ଟୁଙ୍ଗୁରି ଠାରୁ ଲକ୍ଷ୍ମୀ ଟୁଙ୍ଗୁରି ୨୫ କିମି ଦୂରରେ ଅଛି । ଆଉ ଏହି ଦୁଇଟି ପାହାଡ଼ ସାହାର୍ଯ୍ୟରେ ହୀରାକୁଦ ଡ୍ୟାମ ତିଆରି କରାଯାଇଛି । ଡ୍ୟାମର ଲମ୍ବା ହେଉଛି ୨୫ କିମି । ଆଉ ହୀରାକୁଦ ଡ୍ୟାମକୁ ପୃଥିବୀର ସବୁଠାରୁ ବଡ ଡ୍ୟାମ କୁହାଯାଏ । ଏହି ଡ୍ୟାମର ଉଚ୍ଚତା ହେଉଛି ୨୦୦ ଫୁଟ । ଏହି ଡ୍ୟାମରେ ମହାନଦୀର ପାଣି ଓ ବର୍ଷା ଦିନ ବର୍ଶୁଥିବା ପାଣିକୁ ବନ୍ଧାଇ ରଖାଯାଏ ।

ପାଣି ଯଦି ଅଧିକ ହୋଇଯାଏ ତାକୁ ଛାଡି ଦିଆଯାଏ । ବନ୍ୟା ପାଣିକୁ ଛାଡ଼ିବା ପାଇଁ ୬୪ ଟି ସୁଇସ ଗେଟ ଓ ୩୪ଟି ଷ୍ଟେଟ ଗେଟ ଅଛି । ଡ୍ୟାମ ପୁରା ନିର୍ମାଣ ପାଇଁ ୮୧ ବିଲିଅନ ଟଙ୍କା ଖର୍ଚ୍ଚ ହୋଇଥିଲା । ହୀରାକୁଦ ଡ଼୍ୟାମର ନିର୍ମାଣ ୧୯୫୩ରେ ସମାପ୍ତ ହୋଇଥିଲା । ହୀରାକୁଦ ଡ଼୍ୟାମର ଉଦ୍ଘାଟନ ପାଇଁ ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଆସିଥିଲେ ।

ତେବେ ହୀରାକୁଦ ଜଳଭଣ୍ଡାରର କିଛି ଜଣା ଓ କିଛି ଅଜଣା କଥା । ହୀରାକୁଦ ଜଳଭଣ୍ଡାରର ଦୁଇ ସାଇଡ଼ରେ ଦୁଇଟି ଟାୱାର ଅଛି । ଗୋଟିଏ ହେଲା ନେହେରୁ ମିନାର ଓ ଦ୍ୱିତୀୟଟି ହେଲା ଗାନ୍ଧୀ ମିନାର । ହୀରାକୁଦ ଡ଼୍ୟାମ ତିଆରି ପାଇଁ ଯେତେ କଂକ୍ରିଟ ଆଉ ସିମେଣ୍ଟ ଲାଗିଛି ସେତିକିରେ ୧୦ ଫୁଟ ଓସାରର ଏକ ରାସ୍ତା କାଶ୍ମୀରରୁ କନ୍ୟା କୁମାରୀ ପର୍ଯ୍ୟନ୍ତ ତିଆରି ହୋଇ ପାରି ଥାଆନ୍ତା ।

ହୀରାକୁଦ ଡ଼୍ୟାମ ତିଆରି ବେଳେ ବହୁତ ଲୋକ ମୃତ୍ୟବରଣ କରିଥିଲେ । ଏହି ଡ୍ୟାମ ଭିତରେ ବହୁତ ଗୁଡ଼ିଏ ଗାଁ ଓ ମନ୍ଦିର ବୁଡି ରହିଛି । କିଛି ମନ୍ଦିର ଭାଙ୍ଗି ଯାଇଛି ଓ କିଛି ମନ୍ଦିର ଖରା ଦିନେ ପାଣି ଶୁଖିଗଲା ପରେ ଦେଖିବାକୁ ମିଳେ । ଏହା ଖାଲି ଚାଷ ପାଇଁ ନୁହେଁ । ଏହି ଡ୍ୟାମ ରେ ବିଦ୍ୟୁତ ମଧ୍ୟ ଉତ୍ପାଦନ କରାଯାଏ । ହୀରାକୁଦ ଡ଼୍ୟାମରେ ୩୬୪ ମେଗା ୱାଟର ବିଦ୍ୟୁତ ଉତ୍ପାଦନ କରାଯାଏ ।

ତେବେ ହୀରାକୁଦ ଜଳଭଣ୍ଡାର ନିର୍ମାଣ ପାଇଁ ୧୬୮ଟି ଗ୍ରାମ ଜଳମଗ୍ନ ହେଇଥିଲା । ଏହି ଗ୍ରାମ ସମୂହରେ ୧,୨୩,୦୦ ଏକର ଚାଷ ଜମି ତାହା ମଧ୍ୟରୁ ଅନେକ ଉର୍ବର ଜମି ଥାଏ ଜଳମଗ୍ନ ହେଇଥିଲା । ଏହି ଗ୍ରାମ ସବୁ ଜଳମଗ୍ନ ହେବାଦ୍ୱାରା ସମୁଦାୟ ୨୬,୫୬୧ଟି ପରିବାର ବାସହରା ହେଇ ୧ ଲକ୍ଷ ଲୋକ ଦୁର୍ଦିନ ଭିତରେ ରହିଲେ । ବରତମା ଯାଏ ବନ୍ଧା ନିର୍ମାଣର ୬୦ ବର୍ଷ ପରେ ମଧ୍ୟ ଏହି ବିସ୍ଥାପିତ ପରିବାର ମଧ୍ୟରୁ ୧୦,୦୦୦ ପରିବାର କୌଣସି ପ୍ରକାର ସହାୟତା ପାଇ ନାହାନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *