ପାଣି ପିଇବା ସମୟରେ ଏହି 5 ଟି ଭୁଲ କେବେ ବି କରିବେନି, ପସ୍ତେଇବେ ! କଣ ଆପଣ କରୁଛନ୍ତି କି ଏମିତି ଭୁଲ ?

ବନ୍ଧୁଗଣ ଜଳ ଆମ ମାନଙ୍କ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ । ଆପଣ ମାନେ ତ ଏହି କଥା ନିଶ୍ଚୟ ଶୁଣିଥିବେ ଜଳ ହିଁ ଜୀବନ । ଏହି ଦୁନିଆରେ ଥିବା ସମସ୍ତ ପ୍ରାଣୀ ଜଳ ସେବନ କରିଥାନ୍ତି । ଆମ ମାନଙ୍କୁ ଦିନକୁ ୪ ରୁ ୫ ଲିଟର ପାଣି ପିଇବା ନିହାତି ଆବଶ୍ୟକ । ହେଲେ ବନ୍ଧୁଗଣ ପାଣି ପିଇବା ସମୟରେ କିଛି ଗୁରୁତ୍ଵପୂର୍ଣ୍ଣ କଥା ଗୁଡିକୁ ଧ୍ୟାନରେ ରଖିବା ଉଚିତ ଓ ଆଜି ଆମେ ଆପଣ ମାନଙ୍କୁ ଏହି ସବୁ କଥା ଗୁଡିକ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ପାଣି ପିଇବା ସମୟରେ ଆପଣ ମାନେ ଡଗ ଡଗ କରି ପାଣି ପିଅନ୍ତୁ ନାହିଁ । ପାଣିକୁ କିଛି ସମୟ ନିଜ ପାଟିରେ ରଖନ୍ତୁ ଓ ତା ପରେ ପିଅନ୍ତୁ । ଏମିତି କରିବା ଦ୍ଵାରା ଆପଣଙ୍କ ପାଟିରେ ଥିବା ସାଲାଇବା ନାଳ ପାଣି ସହ ମିଶି ପେଟକୁ ଯାଇଥାଏ । ଯେମିତି ସାଲାଇବା ଖାଦ୍ୟକୁ ହଜମ କରିବାରେ ସହାୟକ ହୋଇଥାଏ ଠିକ ସେହି ପରି ଏମିତି ପାଣି ପିଇଲେ ସାଲାଇବା ପେଟରେ ପାଣିକୁ ହଜମ କରିବାରେ ସହାୟକ ହୋଇଥାଏ ।

୨. ବନ୍ଧୁଗଣ ଅନେକ ଲୋକ ଥଣ୍ଡା ପାଣି ପିଇବାକୁ ପସନ୍ଦ କରନ୍ତି ତ କେତେକ ଲୋକ ଭଲ ସ୍ୱାସ୍ଥ୍ୟ ପାଇଁ ଉଷୁମ ପାଣିର ସେବନ କରନ୍ତି । ହେଲେ ସବୁଠାରୁ ଭଲ ହେଉଛି ଆପଣ ନିଜ ରୁମ ଟେମ୍ପ୍ରେଚର ଅନୁସାରେ ପାଣି ପିଅନ୍ତୁ । ଯଦି ଆପଣଙ୍କୁ ଥଣ୍ଡା ପାଣି ପିଇବାକୁ ଅଧିକ ଭଲ ଲାଗେ ତା ହେଲେ ଆପଣ ପାଣିକୁ ମାଟି ହାଣ୍ଡିରେ ରଖନ୍ତୁ ଓ ପିଅନ୍ତୁ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ।

୩. ବନ୍ଧୁଗଣ ଅନେକ ଲୋକ ଖାଦ୍ୟ ଖାଇବା ସମୟରେ ପାଣି ପିଅନ୍ତୁ ହେଲେ ଏହା ଭୁଲ ଅଟେ । ଏହାଦ୍ବାରା ଆପଣଙ୍କ ଖାଦ୍ୟ ଠିକ ଭାବରେ ହଜମ ହୁଏ ନାହିଁ । ଆପଣ ମାନେ ଖାଦ୍ୟ ଖାଇବାର ଏକ ଘଣ୍ଟା ପୂର୍ବରୁ ଏକ ଗ୍ଳାସ ପାଣି ପିଅନ୍ତୁ ଓ ଖାଦ୍ୟ ଖାଇବାର ଏକ ଘଣ୍ଟା ପରେ ପାଣି ପିଅନ୍ତୁ । ଏହା ଆପଣଙ୍କ ଶରୀର ପାଇଁ ବହୁତ ଲାଭଦାୟକ ।

୪. ବନ୍ଧୁଗଣ ଆପଣ ମାନେ ସବୁବେଳେ ମାଟି ପାତ୍ର ନଚେତ କାଚ ପାତ୍ରରେ ପାଣି ପିଅନ୍ତୁ । ବଜାରରେ ମିଳୁଥିବା ପ୍ଲାଷ୍ଟିକ ବୋତଲରୁ ପାଣି ପିଅନ୍ତୁ ନାହିଁ । ପ୍ଲାଷ୍ଟିକ ବୋତଲରେ ଥିବା ପାଣି ମରିଯାଇଥାଏ ଏଥିରୁ କୌଣସି ଲାଭ ଆମ ଶରୀରକୁ ମିଳି ନଥାଏ । ତେଣୁ ଆପଣ ମାନେ ସବୁବେଳେ ମାଟି ପାତ୍ର ନଚେତ କାଚ ପାତ୍ରରେ ପାଣି ପିଅନ୍ତୁ ।

୫. ବନ୍ଧୁଗଣ ନିଜ ଲାଇଫ ଷ୍ଟାଇଲ ଓ ନିଜ କାମକୁ ଧ୍ୟାନରେ ରଖି ଆପଣ ମାନଙ୍କୁ ପାଣି ପିଇବା ଉଚିତ । ସାଧାରଣତଃ ଲୋକ ମାନଙ୍କୁ ଦିନକୁ ୧ ରୁ ୪ ଲିଟର ପାଣି ପିଇବା ଉଚିତ । ହେଲେ ଯେଉଁ ମାନେ ଅଧିକ କଷ୍ଟ କରୁଛନ୍ତି ସେମାନଙ୍କୁ ଅଧିକ ପାଣି ପିଇବା ଉଚିତ ଓ ଯେଉଁ ମାନେ ବସି କି କାମ କରୁଛନ୍ତି ସେମାନଙ୍କୁ କମ ପାଣି ପିଇଲେ ଚଳିବ ।

ତେବେ ଏହି ଲେଖା କିପରି ଲାଗିଲା ନିଜର ମତାମତ ନିଶ୍ଚିତ ଜଣାନ୍ତୁ। ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *