ବନ୍ଧୁଗଣ, ଓଲିଉଡ ଅଭିନେତା ତଥା ଅଭିନେତ୍ରୀ ଦର୍ଶକ ମାନଙ୍କ ମନୋରଞ୍ଜନ ନିମନ୍ତେ ବହୁତ ପରିଶ୍ରମ କରିଥାନ୍ତି । ଦର୍ଶକେ ମଧ୍ୟ ନିଜ ମନପସନ୍ଦର ଯୋଡି କୁ ଦେଖିବାକୁ ଖୁବ ପସନ୍ଦ କରିଥାନ୍ତି । ଆଜି ଆମ୍ଭେ ଏଭଳି ଏକ ସୁନ୍ଦର ଯୋଡି ଅଭିନେତା ଅର୍ଦ୍ଧେନ୍ଦୁ ଏବଂ ତାଙ୍କ ଧର୍ମ ପତ୍ନୀ ପଲ୍ଲବୀ ଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ । ବର୍ତ୍ତମାନ ଉଭୟଙ୍କ ବିବାହ କୁ ୨ ବର୍ଷ ପୁରିଗଲାଣି । ଏହି ଖୁଶିର ଦିନକୁ ବେସ ଧୂମ ଧାମରେ ପାଳନ କରିଛନ୍ତି ଅର୍ଦ୍ଧେନ୍ଦୁ ଏବଂ ପଲ୍ଲବୀ । ବାହାଘର ପୂର୍ବରୁ ଉଭୟ ଭଲ ବନ୍ଧୁ ଥିଲେ ।
ମାତ୍ର ବାହାଘର ପରେ ସେହି ବନ୍ଧୁତ୍ଵ ଆହୁରି ନିବିଡ ହୋଇ ଯାଇଅଛି ବୋଲି କହିଛନ୍ତି ଅର୍ଦ୍ଧେନ୍ଦୁ । ବନ୍ଧୁ ଯେତେବେଳେ ପତ୍ନୀ ପାଲଟିଯାଏ ତେବେ ଆନନ୍ଦର ସୀମା ରହିନଥାଏ । ପଲ୍ଲବୀ ଙ୍କୁ ଜୀବନସାଥୀ ଭାବରେ ପାଇ ଅର୍ଦ୍ଧେନ୍ଦୁ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି । ବିବାହ କୁ ୨ ବର୍ଷ ଅନାଉ ଅନାଉ ପୁରୁଗଲା ବୋଲି ଜଣା ପଡୁନାହିଁ ବୋଲି କହିଛନ୍ତି ଅଭିନେତା ଅର୍ଦ୍ଧେନ୍ଦୁ । ଏହା ତ ପ୍ରାଏ ସମସ୍ତେ ଜାଣିଛନ୍ତି ଯେ ପ୍ରଦୀପ ମହାରଥୀ ଙ୍କ ଜ୍ଵାଇଁ ଅଟନ୍ତି ଅର୍ଦ୍ଧେନ୍ଦୁ । ନିଜ ବିବାହ ବାର୍ଷିକ କୁ ବହୁତ ଭଲ ଭାବରେ ପାଳନ କରିଛନ୍ତି ।
ନିଜ ଖୁସିର ଝଲକ ସୋ-ସି-ଆ-ଲ ମି-ଡି-ଆ ରେ ସେୟାର ମଧ୍ୟ କରିଛନ୍ତି । ବିବାହ ପରେ ଉଭୟ ଏହି ୨ ବର୍ଷ ମଧ୍ୟରେ ଅନେକ ତୀର୍ଥ ସ୍ଥଳୀ କୁ ମଧ୍ୟ ଯାଇଛନ୍ତି । ନିଜ ପତ୍ନୀ ପଲ୍ଲବୀ ଙ୍କୁ ଅର୍ଦ୍ଧେନ୍ଦୁ ଏକ ମନୋଲୋଭା ଉପହାର ମଧ୍ୟ ଦେଇଛନ୍ତି । ଏହାକୁ ପଲ୍ଲବୀ ଦେଖି ଚକିତ ହୋଇଯାଇଥିଲେ ।
ରିଲ ଲାଇଫ ରେ ସେ ଯେମିତି ଜଣେ ଉତ୍ତମ ଅଭିନେତା ଅଟନ୍ତି ସେହିଭଳି ରିୟଲ ଲାଇଫ ରେ ମଧ୍ୟ ଅର୍ଦ୍ଧେନ୍ଦୁ ଜଣ ଉତ୍ତମ ମଣିଷ ଅଟନ୍ତି । ଏହା ସହିତ ଅନେକ ଗୁଡିଏ ଅନାଥ ପିଲା ମାନଙ୍କ କଥା ମଧ୍ୟ ବୁଝି ଆସିଛନ୍ତି ଅଭିନେତା ଅର୍ଦ୍ଧେନ୍ଦୁ । ବିବାହ ପୂର୍ବରୁ ସେ ଏକା ହିଁ ଏହି କ୍ଷେତ୍ରରେ ଆଗକୁ ବଢିଥିଲେ ମାତ୍ର ପଲ୍ଲବୀ ଙ୍କୁ ବିବାହ କରିବା ପରେ ତାଙ୍କ ଧର୍ମ ପତ୍ନୀ ତାଙ୍କ ସହିତ ପାଦରେ ପାଦ ମିଶାଇ ଆଗକୁ ବଢୁଥିବାର ନଜର ଆସିଛନ୍ତି ।
ସତରେ ଏଭଳି ଯୋଡି ଙ୍କୁ କାହାର ନଜର ନ ଲାଗୁ । ସମସ୍ତ ଓଡିଶାବାସୀ ଙ୍କ ତରଫରୁ ଅଭିନେତା ଅର୍ଦ୍ଧେନ୍ଦୁ ଏବଂ ତାଙ୍କ ଧର୍ମପତ୍ନୀ ପଲ୍ଲବୀ ଙ୍କୁ ଅନେକ ଅନେକ ଶୁଭକାମନା । ବନ୍ଧୁଗଣ ଆପଣ ମାନଙ୍କୁ ଏହି ଯୋଡି କିଭଳି ଲାଗନ୍ତି ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।