ଆଣ୍ଠୁ ଗଣ୍ଠି ବିନ୍ଧା, ହାତ ଗୋଡ ବିନ୍ଧା, ଅଣ୍ଟା ବିନ୍ଧା 2 ମିନିଟ ରେ ଭଲ ହେଇଯିବ, କେବଳ କରନ୍ତୁ ଏହି ଘରୋଇ ଉପାୟ (Health Tips)

ଆଜିକାଲି ସମସ୍ତଙ୍କ ଶରୀରରେ ଗଣ୍ଠି ବିନ୍ଧା ସମସ୍ଯା ଦେଖିବାକୁ ମିଳୁଛି । ଏହାର ମୂଳ କାରଣ ହେଉଛି ଖରାପ ଜୀବନଶୈଳୀ ଓ ଭୁଲ ଖାଦ୍ୟପେୟ । ପ୍ରଥମେ ବୁଦ୍ଧ ଲୋକମାନଙ୍କ ମଧ୍ୟରେ ଏହି ସମସ୍ଯା ଦେଖିବାକୁ ମିଳୁଥିଲା । କିନ୍ତୁ ଆଜିକାଲି କମ ବୟସର ଲୋକମାନଙ୍କ ମଧ୍ୟରେ ଏହିଭଳି ସମସ୍ଯା ଦେଖିବାକୁ ମିଳୁଛି । କାରଣ ଆଜିକାଲିର ଯୁବପିଢି ଶାରୀରିକ ପରିଶ୍ରମ ବହୁତ କମ କରୁଛନ୍ତି । ସେମାନଙ୍କୁ ନାନା ପ୍ରକାରର ସମସ୍ଯାର ସାମ୍ନା କରିବାକୁ ପଡୁଛି ।

ଆଜି ଆମେ ଆପଣଙ୍କୁ ଏକ ଆୟୁର୍ବେଦିକ ତେଲ ବିଷୟରେ କହିବୁ ଯାହାକୁ ପ୍ରୟୋଗ କରି ଆପଣ ନିଜର ଜୟେନ୍ଟ ପେନ ଭଳି ସମସ୍ଯାକୁ ସବୁଦିନ ପାଇଁ ଦୂର କରି ପାରିବେ । ଏଥି ପାଇଁ ଆପଣଙ୍କୁ ରସୁଣ, ସୋରିଷ ତେଲ ଓ ଜୁଆଣୀ ଦରକାର । ବଡ ରସୁଣକୁ ନେଇ ତାର ସବୁ କଲିକୁ ବାହାର କରି ଦିଅନ୍ତୁ । ରସୁଣର ଚୋପା ଛଡାଇ ଦିଅନ୍ତୁ । ସୋରିଷ ତେଲ ନେଇ ସେଥିରେ ଏକ ଚାମଚ ଜୁଆଣୀ ପକାଇ ସେଥିରେ ରସୁଣ ପକାଇ ଦିଅନ୍ତୁ ।

ବର୍ତ୍ତମାନ ଆପଣ ଏହି ସବୁକୁ ଗ୍ଯାସରେ ରଖି ଫୁଟାନ୍ତୁ । ଅଳ୍ପ ଗରମ ହେବା ପରେ ଗ୍ଯାସ ବନ୍ଦ କରି ଦିଅନ୍ତୁ । ରାତି ସାରା ଏହାକୁ ଛାଡି ଦିଅନ୍ତୁ । ଯାହା ଦ୍ଵାରା ସମସ୍ତ ଜିନିଷର ପୋଷାକ ତତ୍ଵ ଏହି ତେଲ ମଧ୍ୟକୁ ଆସିଯିବ । ସକାଳେ ଏହି ତେଲକୁ ଛାଣି ଦିଅନ୍ତୁ । ଗାଧୋଇବା ପରେ ଆପଣ ଏହି ତେଲକୁ ଭଲ ଭାବରେ ନିଜର ଶରୀରରେ ମାଲିସ କରି ଛାଡି ଦିଅନ୍ତୁ । ଏହାକୁ ଆପଣ ରାତିରେ ବି ଲଗାଇ ଶୋଇ ପାରିବେ ।

କିନ୍ତୁ ସେହି ସମୟରେ ଅଳ୍ପ ଗରମ କରି ନେବେ । ଯେଉଁ ଜାଗାରେ କଷ୍ଟ ହେଉଛି ସେହି ଜାଗାରେ ବି ଲଗାନ୍ତୁ । ଏହା ଆପଣଙ୍କ ଗଣ୍ଠି ବିନ୍ଧା ସମସ୍ଯାକୁ ଦୂର କରିବାରେ ସାହାର୍ଯ୍ୟ କରିବ । ଯଦି ଆପଣଙ୍କ ଆଣ୍ଠୁ ବିନ୍ଧା ଓ ଗଣ୍ଠି ବିନ୍ଧା ଭଳି ସମସ୍ଯା ଅଛି ତେବେ ଆପଣ କିଛି ବିଶେଷ କଥା ଉପରେ ଧ୍ୟାନ ରଖନ୍ତୁ । ଫ୍ରିଜର ଥଣ୍ଡା ପାଣି ଦୂରେଇ ରୁହନ୍ତୁ, ଖଟା ଫଳ ଖାଆନ୍ତୁ ନାହିଁ, ଆଚାର ଓ ଦହି ମଧ୍ୟ ଖାଆନ୍ତୁ ନାହିଁ ।

ସବୁଦିନ ରାତିରେ ଆପଣ ଗୋଟିଏ ଗ୍ଳାସ କ୍ଷୀରରେ ଅଳ୍ପ ସୁଣ୍ଠି ପାଉଡର, ହଳଦୀ ଗୁଣ୍ଡ, ୩ ଟି ଲବଙ୍ଗ ଓ ୫ ଟି ଗୋଲମରୀଚ ଓ ଗୁଡ କିମ୍ବା ମିଶିରି ପକାଇ ଫୁଟାନ୍ତୁ । ଯଦି ଆପଣଙ୍କୁ ଡାଏବେଟିସ ଅଛି ତେବେ ମିଠା ମିଶାନ୍ତୁ ନାହିଁ । ୫ ମିନିଟ ସେହି କ୍ଷୀରକୁ ଫୁଟାନ୍ତୁ ଓ ଏହା ପରେ କ୍ଷୀରକୁ ଛାଣି ଦିଅନ୍ତୁ । ରାତିରେ ଶୋଇବା ପୂର୍ବରୁ ଉଷୁମ ଉଷୁମ ସେହି କ୍ଷୀରକୁ ପିଅନ୍ତୁ । ଏହିଭଳି କରିବା ଦ୍ଵାରା ଆପଣଙ୍କ ଗଣ୍ଠି ବିନ୍ଧା ଠାରୁ ଆରମ ମିଳିବ ।

ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *