5T ଅଧ୍ୟକ୍ଷ ପଦରୁ ହଟିଗଲେ କି VK Pandiyan !

5 t ଅଧକ୍ଷ ପଦରୁ ହଟିଗଲେ କି ପାଣ୍ଡିୟାନ ! 5 t ନାମରେ ସରକାରୀ କ୍ଷମତା ମାଡି ବସିଥିଲେ ଭିକେ ପାଣ୍ଡିୟାନ ବୋଲି ଏଭଳି କିଛି ଭିକେ ପାଣ୍ଡିୟାନଙ୍କ ନାମରେ ଅଭଯୋଗ ଆଣି ଓଡିଶା ବିଜେପି ଟ୍ବିଟ କରି କହିଛି । ରାଜନୀତି କରୁଥିବା ଭିକେ ପାଣ୍ଡିୟାନ କେମିତି ସିଏମଓରେ କାମ କରୁଛନ୍ତି ସେ ନେଇ ଆପତ୍ତି କରିଥିଲା ବିଜେପି । ବିଜେପିର ଅଭିଯୋଗ ପରେ ସିଏମଓ ୱେବସାଇଟରୁ ହଟିଲା ପାଣ୍ଡିୟାନଙ୍କ ନାମ । 5 t ପଦ ଏବଂ ଏହାର ଅଧକ୍ଷଙ୍କୁ ନେଇ ରାଜ୍ୟରେ ଜୋରସୋର ଚର୍ଚା ଚାଲିଛି ।

ବିଜେଡି ନେତା ପାଣ୍ଡିୟାନଙ୍କ ନିଯୁକ୍ତି ନେଇ ପ୍ରଶ୍ନ ଉଠାଇ ଥିଲା ବିଜେପି ? ମୁଖ୍ୟମନ୍ତ୍ରୀ କାର୍ଯ୍ୟଳୟ ଓ ୱେବସାଇଟରେ ଜଣେ ଅଫିସର ଭାବେ ପାଣ୍ଡିୟାନଙ୍କ ନାମ ରହିବାରୁ ବିରୋଧୀ ଅନେକ ପ୍ରଶ୍ନ ଏଥିପାଇଁ ଉଠାଇଥିଲେ । ବିଜେପିର ଟ୍ବିଟ ଅନୁଯାଇ ଏପ୍ରିଲ 4 ତାରିଖରେ ମୁଖ୍ୟନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ଦଳ ଟ୍ବିଟ କରିଥିଲା । ମାନ୍ୟବର ନିର୍ବାଚନ କମିଶନର କାର୍ଯ୍ୟଳୟର ହସ୍ତକ୍ଷେପ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟରୁ ତଥାକଥିତ 5 t ଅଧକ୍ଷ ଭିକେ ପାଣ୍ଡିୟାନଙ୍କୁ ବାଦ ଦିଆଯାଇଛି ।

5 ଟି ଅଧକ୍ଷ ନାମରେ ଏକ ସରକାରୀ ଅଧିକାରୀ କ୍ଷମତାକୁ ମାଡି ବସିଥିବା ଭିକେ ପାଣ୍ଡିୟାନଙ୍କର ଏହି ଦଖଲକୁ ଶେଷରେ ବେଆଇନ ଦର୍ଶାଇଛନ୍ତି ମାନ୍ୟବର ନିର୍ବାଚନ କମିଶନର । କିଭଳି ବିଜୁ ଜନତା ଦଳରେ ପ୍ରତ୍ଯେକ୍ଷ ଭାବରେ ରାଜନୀତି କରୁଥିବା ଭିକେ ପାଣ୍ଡିୟାନ ମୁଖ୍ୟମନ୍ତ୍ରୀ କାର୍ଯ୍ୟଳୟରେ କାମ କରିପାରିବେ ବୋଲି ଏପ୍ରିଲ 4 ତାରିଖ ଦିନ ବିଜେପି ପାର୍ଟି ପକ୍ଷରୁ ଆପତ୍ତି ଉଠାଯାଇଥିଲା ।

ସେ ନେଇ ସି-ଭିଜିଲ ଆପରେ ଅଭିଯୋଗ କରାଯାଇଥିଲା । ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଖୋଦ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟର ଆଦର୍ଶ ନିର୍ବାଚନ ଆଚରଣ ନିଧି ଉଲଂଘନ ଏବେ ପ୍ରମାଣିତ ହୋଇଛି । ସ୍ବଚ୍ଛ ଭାବମୂର୍ତ୍ତି ବୋଲି ଡିଣ୍ଡିମ ପିଟୁଥିବା ଖୋଦ ମୁଖ୍ୟମନ୍ତ୍ରୀକ କାର୍ଯ୍ୟଳୟର ହିଁ ସମସ୍ତ ଅଗଣତାନ୍ତ୍ରିକ କାମ କରୁଛି । ଓ ରାଜ୍ୟର ମୁକ୍ତ ଅବାଧ ନିରପେକ୍ଷ ପରିଚାଳନାରେ ବାଧକ ସାଜିଛି । ଯେବେ ଭିକେ ପାଣ୍ଡିୟାନ ବିଜେଡିରେ ଯୋଗ ଦେଇଥିଲେ । ସେତେବେଳେ ମୁଖ୍ୟମନ୍ତ୍ରୀ ତାଙ୍କୁ ପଦନ୍ନୋତି ଦେଇ 5t ଅଧକ୍ଷ ଭାବରେ ନିଯୁକ୍ତି ଦେଇଥିଲେ । ଏବେ ନିର୍ବାଚନ କମିଶନର ତାଙ୍କୁ ସେହି ପଦରୁ ହତାଇଛନ୍ତି ବୋଲି ଏଭଳି କିଛି ମତ ବିଜେପି ମୁଖପାତ୍ର ଅନିଲ ବିଶ୍ଵାଳ ଟ୍ବିଟ କରି କହିଛନ୍ତି । ଖବରର ଅପଡେଟ ପାଇଁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *