ଏକାସାଙ୍ଗରେ 3 ଟି ଟ୍ରକ୍ ଓ 4 ବାଇକକୁ ଉପରେ ମାଡ଼ିଗଲା ଗୋଟିଏ ଟ୍ରକ୍‌, 7 ଗାଡିହେଲା ଗୁଣ୍ଡ, ଅନେକ ଲୋକ…

ଏକା ସାଙ୍ଗରେ 7 ଗାଡିକୁ ଗୁଣ୍ଡ କରିଲା ଗୋଟିଏ ଟ୍ରକ ! ଖବର ମୁତାବକ ଦ୍ରୁତ ଗତିରେ 3 ଟି ଟ୍ରକ ଆସି 4 ଟି ବାଇକ ଉପରେ ମାଡି ଯାଇଥିଲା ଗୋଟିଏ ଟ୍ରକ ।  4 ଟି ବାଇକ ପୁରା ଭାଙ୍ଗିରୁଜି ଚୁରମାର ହୋଇଯାଇଛି । ତେବେ ଏହି ଭୟଙ୍କର ଦୁର୍ଘଟଣାରେ 3 ଟି ଟ୍ରକ ଓ 4 ଟି ବାଇକ ପୁରା ଭାଙ୍ଗିରୁଜି ଚୁରମାର ହୋଇଯାଇଛି । ହଁ ଆଜ୍ଞା କେନ୍ଦୁଝର ଜିଲ୍ଲା ଜୁଆଡା ନିକଟସ୍ଥ ସାମଲ ମଟର ସମ୍ମୁଖରେ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଯାଇଛି ।

ଗୋଟିଏ କି 2 ଟି ନୁହେଁ । ବଂର ଏକା ସାଙ୍ଗରେ 3 ଟି ବଡ ବଡ ଟ୍ରକ ଓ 4 ଟି ବାଇକର ଅବସ୍ଥା ଖରାପ ହୋଇଯାଇଛି । ଗାଡି ଗୁଡିକ ଦୁର୍ଘଟଣାରେ ପୁରା ଛିନଛତର ହୋଇ ପଡିରହିଛନ୍ତି । ଆଉ ଏଭଳି ଦୃଶ୍ୟକୁ ଯିଏ ଦେଖୁଛି ସେ ପୁରା ଆଶ୍ଚର୍ଯ୍ୟ ହୋଇଯାଉଛି । 4 ଟି ବାଇକ ଉପରେ ଗୋଟିଏ ବଡ ଲୁହା ବୋଝେଇ ଟ୍ରକଟି ମାଡି ଯାଇଥିଲା । ଲୁହା ବୋଝେଇ ଟ୍ରକଟି ଯେତେବେଳେ ମାଡି ଯାଇଥିଲା ବାଇକ ଉପରକୁ ବାଇକ ଗୁଡିକ ଗୁଣ୍ଡ ହୋଇଯାଇଥିଲେ ।

ତେବେ ଏହି ଦୁର୍ଘଟଣାରେ 7 ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ଘଟିଥିବା ସ୍ଥାନରେ ଥିବା ଲୋକ ଏହି ସବୁ ଦୃଶ୍ୟକୁ ଦେଖି ମଧ୍ୟ ଅନେକ ଭୟଭୀତ ହୋଇଯାଉଛନ୍ତି । ତେବେ ସୂଚନା ଅନୁସାରେ ସକାଳୁ ସକାଳୁ ମୁମ୍ବାଇ ଠାରୁ କଲିକତା ରୋଡରେ ଲୁହା ବୋଝେଇ ଟ୍ରକ ଦ୍ରୁତ ଗତିରେ ଆସୁଥିବା ବେଳେ ନିଜର ଭାରସାମ୍ୟ ହରାଇ ସାମଲ ମଟର ସମ୍ମୁଖରେ ରାସ୍ତା କଡରେ ଥିବା 3 ଟି ଟ୍ରକ ଓ 4 ଟି ବାଇକ ଉପରେ ମାଡି ଯାଇଥିଲା ।

ଯାହା ଫଳରେ କି ଏଭଳି ଭୟାନକ ଦୁର୍ଘଟଣା ଘଟିଯାଇଛି । ତାପରେ ଦୁର୍ଘଟଣା ସ୍ତଳରେ ପୋଲିସ ଓ ଅଗ୍ନୀଶ୍ରମ ବାହିନୀ କର୍ମଚାରୀ ମାନେ ପହଞ୍ଚି ଘଟଣାକୁ ସମ୍ଭାଳି ଥିଲେ । ତାପରେ ଦୁର୍ଘଟଣାରେ ଆହତ ଲୋକଙ୍କୁ ଉଦ୍ଧାର କରି ମଧ୍ୟ ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ପଠାଇ ଥିଲେ । ପୋଲିସ ଦୁର୍ଘଟଣା ଘଟାଇ ଥିବା ଟ୍ରକ ଡ୍ରାଇଭରକୁ ଅଟକ ରଖି ତଦନ୍ତ ପାଇଁ ପଚରା ଉଚରା କରୁଛି । ତେବେ ଏଥିସହ ଉକ୍ତ ଟ୍ରକକୁ ମଧ୍ୟ ପୋଲିସ ଜବତ କରି ରଖିଛି । ତେବେ ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ମଧ୍ୟ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *