ଆଖିରେ ଲୁହ ଦେଇଗଲା କିନ୍ତୁ ଋଣ ସୁଝିଦେଇଗଲା ! ହଁ ଆଜ୍ଞା ବର୍ତ୍ତମାନ ସମୟରେ ଅନେକ ଲୋକ ଅଙ୍ଗଦାନ କରିବା ଭଳି ଏକ ମହତ୍ଵପୂର୍ଣ୍ଣ କାମ କରୁଛନ୍ତି । ତେବେ ସେହିପରି ଏକ କୁନି ଶିଶୁ ପୁଅଟି ମଧ୍ୟ ନିଜ ଅଙ୍ଗଦାନ କରିଛି । ଯାହାକୁ ନେଇ ବର୍ତ୍ତମାନ ସବୁଆଡେ ଚର୍ଚା ହେବାରେ ଲାଗିଛି । ତେବେ ଅଙ୍ଗଦାନ କରିଥିବା କୁନି ଶିଶୁର ନାମ ହେଉଛି ପ୍ରତ୍ୟୁଷ , ଯାହାଙ୍କ ବୟସ ମାତ୍ର 21 ମାସ । ତେବେ ପ୍ରତ୍ୟୁଷଙ୍କ ବାପା, ମାଆ ଏ ସମ୍ପର୍କରେ କଣ କହୁଛନ୍ତି ଜାଣନ୍ତୁ ।
ତେବେ ପ୍ରତ୍ୟୁଷଙ୍କ ମାଆ ଙ୍କ କହିବା ଅନୁଯାଇ ଆମ ପୁଅ ଆମକୁ ଯେତେ ଖୁସି ଦେଇଥିଲା । ସେ ଗଲା ବେଳେ ମଧ୍ୟ ଆମ ଆଖିରେ ସେତିକି ଲୁହ ଦେଇଛି । ହେଲେ ତା’ ଅଙ୍ଗ ଯାହା ଦେହରେ ଲାଗିବ ସେ ତ ନୂଆ ଜୀବନ ପାଇପାରିବ । ତେଣୁ ମୋ ପୁଅ ବହୁତ ବଡ କାମ କରି ସବୁ ରୁଣ ସୁଝି ଦେଇଛି । ବହୁତ କମ୍ ଦିନ ପାଇଁ ସେ ଏହି ଦୁନିଆକୁ ଆସିଥିଲା । ହେଲେ ଗଲା ବେଳେ ତା’ ର ଅଙ୍ଗ ଯଦି କାହା ଦେହରେ ଲାଗି ପାରୁଛି ତାହା ଠାରୁ ବଡ କଥା ଆଉ କିଛି ହୋଇନପାରେ ।
କାରଣ ଯାହା ଦେହରେ ମୋ ପୁଅର ଅଙ୍ଗ ଲାଗିଥିବ। ତା’ ବାପା, ମାଆ ମଧ୍ୟ ଖୁସି ହେବେ । ଆମେ ମଧ୍ୟ ତାକୁ ଦେଖି ଖୁସି ହେବୁ । ଆମକୁ ଲାଗିବ ଆଜି ପର୍ଯ୍ୟନ୍ତ ଆମ ପୁଅ ବଞ୍ଚିକି ଅଛି । ତେବେ ପ୍ରତ୍ୟୁଷଙ୍କ ବାପାକ କହିବା ଅନୁଯାଇ ଆମ ପୁଅ ଜନ୍ମ ହେବା ସମୟରେ ହିଁ ମେଡିକାଲରେ ରହିଥିଲା । ତାହାର କିଛି ଇନଫେକସନ ହେଇଯାଇଥିଲା । ବ୍ରେନ ରେ ବି ବଡ ସାଂଘାତିକ ପ୍ରୋବ୍ଲେମ ରହିଥିଲା । ସେଥିପାଇଁ ଆମେ ପୁଅ କୁ ମେଡିକାଲରେ ବହୁତ ଦିନ ରଖିକି ତାହାର ଚିକିତ୍ସା କରେଇଥିଲୁ ।
ହେଲେ ଆମେ ଯେତେବେଳେ ଜାଣି ବାକୁ ପାଇଥିଲୁ । ଯେ ଆମ ପୁଅ ଆଉ ବଞ୍ଚିବ ନାହିଁ । ସେତେବେଳେ ଆମକୁ ବହୁତ କଷ୍ଟ ହୋଇଥିଲେ ମଧ୍ୟ ଆମେ ମାନେ ମିଶିକି ନିଷ୍ପତ୍ତି ନେଇଥିଲୁ । ଯେ ଆମ ପୁଅର ଅଙ୍ଗ ଅନ୍ୟ କାହାକୁ ଡୋନେଟ କରିଦେବୁ । କାରଣ ଆମ ପୁଅ ତ ଆଉ ବଞ୍ଚିବ ନାହିଁ । ହେଲେ ଯାହାକୁ ଅଙ୍ଗ ର ଆବଶ୍ୟକତା ରହିଛି । ମୋ ପୁଅ ର ଅଙ୍ଗ ଯଦି ତାଙ୍କ ଦେହରେ ଲାଗିବ ତେବେ ସେ ଏକ ନୂଆ ଜୀବନ ପାଇପାରିବେ । ଖବରର ଅପଡେଟ ପାଇବା ଲାଗି ଯୋଡୋ ହୋଇ ରହିଥାନ୍ତୁ ।