ବାହାଘର ଭୋଜିରେ ମଟନ ମାଂସ ଅଭାବ ପାଇଁ କନ୍ୟାପକ୍ଷ ଦେଇଥିଲେ 20 ହଜାର ଟଙ୍କା, ତଥାପି ମନ ବୁଝି ନଥିଲା ବରପକ୍ଷଙ୍କର ….

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଖାସୀ ମାଂସ ପାଇଁ ଭାଙ୍ଗିଥିବା ବାହାଘରରେ ଆସିଛି ଆଉ ଏକ ନୂଆ ତଥ୍ୟ ! ତେବେ ବହୁ ଚର୍ଚିତ ବାହାଘର ଯାହାକି ସାମାନ୍ୟ ଖାସୀ ମାଂସର ଅଭାବରେ ବାହାଘର ଭାଙ୍ଗିବା ଜାକେ କଥା ଯାଇଥିଲା । ଯେଉଁଥିରେ ଶୁଣା ମିଳୁଛି । କି ଯେତେବେଳେ ବରଯାତ୍ରୀ ମାନେ କନ୍ୟା ଘରେ ଖାଇବାକୁ ବସିଥିଲେ । ସେତେବେଳେ ପାଖାପାଖି ୩୦ ରୁ ଉର୍ଦ୍ଧ ଖାଦ୍ୟ ଆଇଟମର ପ୍ରସ୍ତୁତି କରଯାଇଥିଲା ।

ହେଲେ ଦୁର୍ଭାଗ୍ୟବଶତଃ ଖାଦ୍ୟ ଆଇଟମ ମାନଙ୍କ ମଧ୍ୟରୁ ଖାସୀ ମାଂସ କିନ୍ତୁ ଟିକେ ଅଭାବ ପଡିଯାଇଥିଲା । ହେଲେ ଖାସୀ ମାଂସର ଅଭାବ ହେଲା ପରେ ବରଯାତ୍ରୀ ମାନେ ମାଂସ ଖାଇ ନପାରି ଅସନ୍ତୁଷ୍ଠ ହୋଇ ଉଠିଥିଲେ । ତାପରେ ବର ଓ କନ୍ୟା ପକ୍ଷ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ମାଂସକୁ ନେଇ ବିବାଦ । ତାପରେ କନ୍ୟା ପକ୍ଷ ଯେତେବେଳେ ଗୁହାରୀ କରିଥିଲେ, ମଧ୍ୟ ବରପକ୍ଷ ଗୁହାରୀ ଶୁଣିବାକୁ ନାରାଜ ଥିଲେ । ବରପକ୍ଷଙ୍କର ଗୋଟିଏ ମାତ୍ର ବଡ ଜିଦି ରହିଥିଲା ।

ଯେ ଯେପରି ବରଯାତ୍ରୀ ମାନେ ଭଲରେ ଭଲରେ ଖାସୀ ମାଂସ ଖାଇପାରିଥାନ୍ତେ । ତେବେ ମାଂସ ଖାଇବା ନିମନ୍ତେ ମଧ୍ୟ କନ୍ୟାପକ୍ଷ ବରଯାତ୍ରୀ ମାନଙ୍କୁ ଢାବାରେ ଖାଇଦେବା ପାଇଁ ୨୦ ହଜାର ଟଙ୍କା ମଧ୍ୟ ଦେଇଥିଲେ । ଏଠାରେ ସବୁଠାରୁ ବଡ କଥା ହେଉଛି । କିଛି ବରଯାତ୍ରୀର ଯୁବକ ମାନେ ଖାଇସାରିଲା ପରେ ଆଉ କିଛି ବରଯାତ୍ରୀ ଖାଇବା ପାଇଁ ବାକି ଅଛନ୍ତି କହି କନ୍ୟାପକ୍ଷ ଠାରୁ ଟଙ୍କା ନେବାକୁ କହିଥିଲେ । ଏହି କଥା ପରେ ମାଂସ କହିବା ବିବାଦ ଅଧିକ ଉଗ୍ରରୁପ ଧାରଣ କରିଥିଲା ।

ତେବେ କନ୍ୟା ଓ ବର ପକ୍ଷ ମଧ୍ୟରେ ଯୁକ୍ତିତର୍କ ଚାଲିଥିବା ସମୟରେ ବର ମଧ୍ୟ ଯୁକ୍ତିତର୍କ ମଧ୍ୟରେ ହସ୍ତକ୍ଷେପ କରିବାକୁ ପଛେଇ ନଥିଲା । ସେଠାରେ ବର ବାହାରିକି କହିଥିଲା ମୁଁ ଯେଉଁ ମାଂସ ଖାଇବି ତାହା ଅଛି ତ ! ତେବେ ଏହି ଖବର ଯାଇ ବିବାହ ହେବାକୁ ଯାଉଥିବା କନ୍ୟାର କାନରେ ପଡିଥିଲା ।

ସେଠାରୁ ଏହି ଖବର ପାଇକି କନ୍ୟା ସିଧା ଆସି ସମସ୍ତଙ୍କ ସମ୍ମୁଖରେ ଏଭଳି ଏକ ପୁରୁଷକୁ ବିବାହ କରିବାକୁ ରୋକଠୋକ ମନା କରିଦେଇଥିଲା । ଝିଅଟିର ଏଭଳି ପଦକ୍ଷେପ ପାଇଁ ସାରା ମହଲରୁ କନ୍ୟା ପାଇଁ ପ୍ରଶଂଷାର ସୁଅ ଛୁଟି ଆସିଥିଲା । ଏଭଳି ଅପଡେଟ ଖବର ପାଇବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *