2 ପୁଅ ହାରିଗଲେ ହେଲେ ମନରେ ଦୁଃଖ ନାହିଁ… Suresh Rout ray

2 ପୁଅ ପରାଜୟ ହେଲେ ବି ମନରେ ଦୁଃଖ ନାହିଁ । 2024 ନିର୍ବାଚନର ଫଳାଫଳ ଗତକାଲି ବାହାରି ସାରିଛି । ଏହାରି ମଧ୍ୟରେ ବରିଷ୍ଟ ନେତା ସୁରେଶ ରାଉତ ରାୟଙ୍କର 2 ପୁଅ ନିର୍ବାଚନରେ ହାରି ଯାଇଛନ୍ତି । ନିମାପଡାରେ କଙ୍ଗ୍ରେଶ ବିଧାୟକ ପ୍ରାର୍ଥୀ ଭାବେ ଛିଡା ହୋଇଥିବା ସିଦ୍ଧାର୍ଥ ରାଉତ ରାୟ ହାରିଛନ୍ତି । ଏଥିସହ ଭୁବନେଶ୍ବର ବିଜେଡି ସାଂସଦ ପ୍ରାର୍ଥୀ ଭାବେ ଛିଡା ହୋଇଥିବା ମନ୍ମଥ ରାଉତ ରାୟ ମଧ୍ୟ ନିର୍ବାଚନରେ ପରାଜୟ ହୋଇଛନ୍ତି ।

ତେବେ ବରିଷ୍ଟ ନେତା ସୁରେଶ ରାଉତରାୟ ଏ ସମ୍ପର୍କରେ ନିଜର ପ୍ରତିକ୍ରିୟା କଣ ରଖୁଛନ୍ତି ଜାଣନ୍ତୁ । ତେବେ ସୁର ରାଉତରାୟ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଯେ ଲୋକ ମାନେ ନିର୍ବାଚନରେ ଯାହା ମଧ୍ୟ ଜନାଦେଶ ଦେଇଛନ୍ତି । ତାହାକୁ ମୁଁ ହୃଦୟରୁ ଅଭିନନ୍ଦନ ଜଣାଉଛି । ଏଭଳି ପରିବର୍ତ୍ତନ ମଝି ମଝିରେ ସବୁ କ୍ଷେତ୍ରରେ ହୋଇଥାଏ । ତେଣୁ ରାଜନୀତିରେ ମଧ୍ୟ ଏଥର ନିର୍ବାଚନରେ ଏଭଳି ପରିବର୍ତ୍ତନ ଓଡିଶାରେ ଦେଖିବାକୁ ମିଳିଥିଲା ।

ଓଡିଶାରେ ଏବେ ଅଚାନକ ପରିବର୍ତ୍ତନ ସେହିପରି ହୋଇଯାଇଛି । ସାରା ଭାରତ ବର୍ଷରେ ବିଜେପିର ଏତେ ଭଲ ପଦର୍ଶନ ନଥିବା ବେଳେ ଓଡିଶାରେ ଏଥର ପଦ୍ମ ଫୁଟିଛି । ଭାରତୀୟ ଜନତା ପାର୍ଟି ଓଡିଶାରେ ସରକାର ଗଠନ କରିବାକୁ ଯାଉଛନ୍ତି । ନବୀନ ବାବୁ ଓଡିଶାରେ 25 ବର୍ଷ ମୁଖ୍ୟମନ୍ତ୍ରୀ ହୋଇ ରହିଲେ । ଓଡିଶା ପାଇଁ ସେ ବହୁତ କିଛି କାମ କରିଛନ୍ତି । ଯେହେତୁ ସେ ଦୀର୍ଘ ବର୍ଷ ଧରି ଓଡିଶାରେ ଶାସନ କ୍ଷମତାରେ ରହିଗଲେ ।

ତେଣୁ ଲୋକେ ଏଥର ପରିବର୍ତ୍ତନ ଚାହୁଁଥିଲେ ଏବଂ ପରିବର୍ତ୍ତନ ମଧ୍ୟ ହୋଇଗଲା । ତେବେ ଜୀବନରେ ହାର ଜିତ୍ ତ ସବୁବେଳେ ଲାଗିକି ରହିଥାଏ। ହେଲେ ଜିତିବା ସମୟରେ ଅଧିକ ଉତ୍ଫୁଲ୍ଲ ହୋଇବା ଉଚିତ ନୁହେଁ କି ହାରିବା ସମୟରେ ଏତେ ମର୍ମାହତ ହୋଇ ପଡିବା ମଧ୍ୟ ଉଚିତ ନୁହେଁ । ମୋ ଦୁଇ ପୁଅ ନିର୍ବାଚନ ଲଢୁଥିଲେ । 2 ପୁଅଙ୍କର ପରାଜୟ ହୋଇଛି । ହେଲେ ଆମେ ହାର ମାନିବାକୁ ସ୍ଵୀକାର ନୁହେଁ । ହାରିଗଲୁ ବୋଲି ଦୁଃଖରେ ଭାଙ୍ଗି ନପଡି ଆଗକୁ ଭଲ କାମ କରି ବଢି ଚାଲିବା ହେଉଛି ଜୀବନର ମୂଳ ଲକ୍ଷ । ଆମେ ଲୋକଙ୍କର ସେବା କରିବା । ଯଦି ଲୋକେ ଚାହିଁବେ ତେବେ ପୁଣି ଥରେ ନିଶ୍ଚୟ ଜିତିବା । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *