15000 ଟଙ୍କା ଦେଇ ରାଣୀ ଦିଦି ପାଇଁ ଗୋଟିଏ ପାଟ କିଣିଛି ,ଆଜି ଯାତ୍ରା ଦେଖିଲା ପରେ ମୁଁ ଦେବି Rani Panda

50 ହଜାର ନେଇକି ପୁଣି 49 ହଜାର ଟଙ୍କା କାହିଁକି ଫେରେଇ ଦେଲେ ରାଣୀ ପଣ୍ଡା ? ହଁ ଆଜ୍ଞା ଯାତ୍ରା ଜଗତର ଜଣେ ସୁପରିଚିତ ଅଭିନେତ୍ରୀ ଜିଏକି ବହୁ ଥର ବିବାଦ ମଧ୍ୟରେ ଛନ୍ଦି ହୋଇ ବିବାଦୀୟ ଅଭିନେତ୍ରୀ ସାଜିଛନ୍ତି । ହେଲେ ଏହି ବାଦ ବିବାଦର ଜାଲ ମଧ୍ୟରୁ ସେ ବାହାରି ଲୋକଙ୍କର ସେବା ସାହାଜ୍ଯ କରିବାରେ କେବେବି ସେ ହେଳା କରିନାହାନ୍ତି । ନିଜ ସକ୍ଷମ ଅନୁଯାଇ ସବୁବେଳେ ଦୁଃଖୀ ଦରିଦ୍ରଙ୍କ ପାଖରେ ଠିଆ ହୋଇଥିବା ଯାତ୍ରା ଜଗତର ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ରାଣୀ ପଣ୍ଡା ।

ତେବେ ସେହି ରାଣୀ ପଣ୍ଡାଙ୍କୁ ସମର୍ଥନ କରୁଥିବା ତାଙ୍କର ଜଣେ ଫ୍ୟାନ ଗଣ ମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି । ମୁଁ ରାଣୀ ଦିଦିଙ୍କୁ ଗୋଟେ ମେଲୋଡି ପ୍ରୋଗ୍ରାମ ପାଇଁ ଡ଼ାକିଥିଲି ।  ପ୍ରୋଗ୍ରାମ ପାଇଁ ସେ 50 ହଜାର ଟଙ୍କା ଆମ ସହ କଥା ହେଇଥିଲେ । ସବୁ ପଇସା ନେଇକି ସେ ସ୍ଟେଜରେ ଚଢିଲେ । ହେଲେ ପ୍ରୋଗ୍ରାମ କରିକି ଆସି ନିଜେ 1 ହଜାର ଟଙ୍କା ରଖିକି ବାକି 49 ହଜାର ଟଙ୍କା ଆମକୁ ଫେରାଇ ଦେଇ ଚାଲିଗଲେ ।

କହିଲେ ଏହି ପଇସାରେ କାଲୀ ଏଠାରେ ଗୋଟେ ଅନ୍ନ ଛତ୍ର ଖୋଲାଯିବ । କାରଣ ରାଣୀ ଦିଦିଙ୍କ ହୃଦୟ ବହୁତ ବଡ । ସେ ଯେଉଁ ଜାଗାକୁ ବି ଯାଆନ୍ତି । ସେଠାରେ ସେ ଦୁଃଖୀ ଗରିବ ଲୋକଙ୍କୁ ସାହାଜ୍ଯ କରନ୍ତି । ସେଥିପାଇଁ ତ ଏତେ ବାଦ ବିବାଦ ମଧ୍ୟରେ ଥାଇ ବି ଓଡିଶାର ଅନେକ ଲୋକ ତାଙ୍କୁ ଭଲ ପାଉଛନ୍ତି । ମୁଁ ଖଣ୍ଡଗିରୀ ରାଣୀ ଦିଦିଙ୍କୁ ଦେଖିବାକୁ ଆସିଛି । ରାଣୀ ଦିଦିଙ୍କ ଅଭିନୟ, ଡ୍ୟାନ୍ସ ଯେତିକି ଭଲ ସେ ସେମିତି ଗୋଟେ ଭଲ ମଣିଷ ଟିଏ ଅଟନ୍ତି ।

କିଛି ଖରାପ ଲୋକ ତାଙ୍କ ବିରୁଦ୍ଧରେ ଯାଇ ତାଙ୍କୁ ଖରାପ କହୁଛନ୍ତି । କାରଣ ଯିଏ ଖରାପ ସେ ଅନ୍ୟର ଭଲ ଗୁଣ ଦେଖି ନପାରି ଖାଲି ତାକୁ ଖରାପ ହିଁ କୁହେ । ହେଲେ ରାଣୀ ପଣ୍ଡା କେତେ ଭଲ ସାରା ଓଡିଶାବାସୀ ଜାଣିଛନ୍ତି । ସେଥିପାଇଁ ମୁଁ ଖୁସିରେ ରାଣୀ ଦିଦିଙ୍କ ପାଇଁ 15 ହଜାର ଟଙ୍କା ଦେଇ ଗୋଟେ ପାଟ ଶାଢୀ ଆଣିଛି । ତାଙ୍କ ସହ ଦେଖାହେଲେ ଏହାକୁ ଦେବି। ଖବରର ଅପଡେଟ ପାଇବା ଲାଗି ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *