ମହିଳା ଖୋଲି ଦେଲେ… ମାହାଙ୍ଗା MLA Pratap Jena ଙ୍କ ମୁଖା !

ମହିଳା ଖୋଲିଦେଲେ ପ୍ରତାପଙ୍କ ମୁଖା ! ହଁ ଆଜ୍ଞା ବର୍ତ୍ତମାନ ଏକ ଦୃଶ୍ୟ ଭାଇରାଲ ହେଉଛି । ଯେଉଁ ଦୃଶ୍ୟରେ ଜଣେ ମହିଳା ରହିଛନ୍ତି । ସେହି ଭିଡିଓରେ କିଛି ଏଭଳି କଥା ଶୁଣାଯାଉଛି । ତେବେ ଦୃଶ୍ୟରେ ଯାହାଙ୍କ ସ୍ଵର ଶୁଣାଯାଉଛି । ସେହି ସ୍ଵର ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କର ବୋଲି କୁହାଯାଉଛି । ସେହି ଭିଡିଓରେ ପ୍ରତାପ ଜେନା କହୁଛନ୍ତି । ଆଗ ପଛ ହଅନି। ପରବୁଦ୍ଧିରେ ପଡନି । ତୁ ଭାବୁଛୁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେନି । ନା ବିଜେଡି ମାହାଙ୍ଗାରେ ଜିତିବ ନାହିଁ ।

କେହି ଜଣେ ପ୍ରତାପ ଜେନାଙ୍କର ଏଭଳି କଥାକୁ ସୁଟିଙ୍ଗ କରିବା ଜାଣି ମଧ୍ୟ ପୁଣି ଥରେ ମହିଳାଙ୍କୁ ଅଶାଳୀନ ଭାଷା କହୁଛନ୍ତି ଖୋଦ ମାହାଙ୍ଗା ବିଧାୟକ ପ୍ରତାପ ଜେନା । ତେବେ ସୂଚନା ମୁତାବିକ ଭାଇରାଲ ହେଉଥିବା ଭିଡିଓରେ ଟିରେ ଯଦିଓ ପ୍ରତାପ ଜେନାଙ୍କ ଚେହେରା ଦେଖାଯାଉନାହିଁ । ତେବେ ଭିଡିଓରେ ଶୁଣା ଯାଉଥିବା ସ୍ଵରଟି ପ୍ରତାପ ଜେନା କି ଆଉ କାହାର ସ୍ପଷ୍ଠ ଭାବେ କହିହେଉ ନାହିଁ । ତେବେ ମହିଳା ଜଣଙ୍କ ହେଉଛନ୍ତି କୁହୁଣ୍ଡା ଗ୍ରାମପଂଚାୟତର ୱାର୍ଡର ୱାର୍ଡ ମେମ୍ବର ସ୍ଵର୍ଣ୍ଣଲକ୍ଷ୍ମୀ ନାୟକ ।

ତେବେ ସେଠାରେ ଥିବା କିଛି ପ୍ରତ୍ଯେକ୍ଷଦର୍ଶୀ ଭିଡିଓରେ ପ୍ରତାପ ଜେନା ହିଁ ଜଣେ ମହିଳାଙ୍କୁ ଏଭଳି ଅଶାଳୀନ ବ୍ୟବହାର କରି କଥା କହୁଥିଲେ ବୋଲି କହୁଛନ୍ତି । ତେବେ ପ୍ରତ୍ଯେକ୍ଷଦର୍ଶୀଙ୍କ କହିବା ଅନୁସାରେ ପ୍ରତାପ ଜେନା ତାଙ୍କ ପୁଅଙ୍କ ପାଇଁ ଗାଁ କୁ ପ୍ରଚାରରେ ଆସିଥିଲେ । ସ୍ଵର୍ଣ୍ଣଲକ୍ଷ୍ମୀ ଜିଏକି ଜଣେ ୱାର୍ଡମେମ୍ବର ଅଛନ୍ତି । ପ୍ରତାପ ଜେନା ତାଙ୍କୁ ଭୋଟ ଦେବା ପାଇଁ ଓ ବିଜେଡି ସପକ୍ଷରେ କାମ କରିବା ପାଇଁ କହୁଥିଲେ । ତାପରେ ସେଠାରେ ହଟାତ କ’ଣ ହୋଇଥିଲା ।

ଯେ ହଟାତ ପ୍ରତାପ ଜେନା ପ୍ରତିକ୍ରିୟାଶୀଳ ହୋଇ ମହିଳା ଜଣଙ୍କୁ ଏଭଳି ଅଶାଳୀନ ଭାବେ କଥା କହିବା ଆରମ୍ଭ କରିଦେଲେ । ତେବେ ବିଧାୟକ ପ୍ରତାପ ଜେନା ସେତେବେଳେ କେଉଁ ଚାପରେ ପଡି ଏମିତି କଥା ମହିଳା ଜଣଙ୍କୁ କହିଦେଲେ ତାହା କିନ୍ତୁ ଆମେ ସ୍ପଷ୍ଠ ଭାବେ କହିପାରିବୁ ନାହିଁ । ତେବେ ଉକ୍ତ ମହିଳା ସ୍ଵର୍ଣ୍ଣଲକ୍ଷ୍ମୀ କିନ୍ତୁ କହିଛନ୍ତି । ପ୍ରତାପ ଜେନା ତାଙ୍କ ଘରକୁ ଆସିଥିଲେ । ହେଲେ ତାଙ୍କୁ ସେ କିଛି ମଧ୍ୟ ଅଶାଳୀନ ଭାଷାରେ କହିନାହାନ୍ତି । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *