ପିଣ୍ଟୁ ନନ୍ଦ ଗୋଟେ ଭଲ ଆକ୍ଟର ଥିଲା, କିନ୍ତୁ ଏ ଯେତକ ହୀରୋ ହିରୋଇନ ଅଛନ୍ତି ସମସ୍ତେ…’: Sura Routray

ବନ୍ଧୁଗଣ ଓଡିଆ ଅଭିନେତା ପିଣ୍ଟୁ ନନ୍ଦଙ୍କ ପରଲୋକ ପରେ ସାରା ରାଜ୍ୟରେ ଏହାକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି । ଆପଣ ମାନେ ସମସ୍ତେ ତ ଏହା ନିଶ୍ଚିତ ଜାଣିଥିବେ ଯେ ପିଣ୍ଟୁ ନନ୍ଦ ଲିଭର ଶିରୋସିସ ରୋଗରେ ପୀଡିତ ଥିଲେ ଯାହା ତାଙ୍କର ଜୀବନ ନେଇଗଲା । ଗତ କାଲି ରାତିରେ ପିଣ୍ଟୁ ଅଫେରା ରାଇଜକୁ ଚାଲି ଗଲେ ଏବଂ ଏବେ ପିଣ୍ଟୁଙ୍କ ମୃତ ଦେହ ହାଇଦ୍ରାବାଦରୁ ଓଡିଶାକୁ ଅଣା ଯାଉଛି ।

ଦର୍ଶକ ବନ୍ଧୁ ଆଗରୁ ମଧ୍ୟ କଥା ଉଠି ଥିଲା ପିଣ୍ଟୁ ବହୁତ ମଦ୍ୟପାନ କରନ୍ତି ତେଣୁ ତାଙ୍କୁ ଏହି ରୋଗର ଶିକାର ହେବାକୁ ପଡିଲା । ତେବେ ଏଠି ଆମେ କହି ରଖିବାକୁ ଚାହୁଁ ଯେ ଲିଭର ଶିରୋସିସ ରୋଗ ସାଧାରଣତଃ ଅତ୍ୟଧିକ ମଦ୍ୟପାନ ଏବଂ ମୋଟାପଣ ପାଇଁ ହୋଇଥାଏ । ପିଣ୍ଟୁଙ୍କ ଲିଭର ଜନିତ ସମସ୍ୟା ପଛରେ ମଦ ଥିବା ନେଇ ଅନେକ ଖବର ଆସିଛି । ଆଉ ଏହାରି ମଧ୍ୟରେ କଂଗ୍ରେସ ବିଧାୟକ ସୁର ରାଉତରାୟ ଗଣମାଧ୍ୟମ ସାମ୍ନାକୁ ଆସି ଦୁଃଖ ପ୍ରକାଶ କରିଛନ୍ତି ।

ସୁର ରାଉତରାୟ କହିଛନ୍ତି-‘ବହୁତ ଦୁଃଖିତ ଆମେ ଗୋଟେ କମ ବୟସରେ ଚାଲି ଗଲେ ଭଲ କଳାକାର । ଗୋଟେ ହିରୋ ଭିଲିଆନ ଭାଇ ରୋଲ ପୋଖତ ରୋଲ ଗୁଡିଏ କରିଦେଇ ସମସ୍ତେ ତାଙ୍କୁ ଭଲ ପାନ୍ତି ବ୍ୟବହାର ତାଙ୍କର ଭଲ । ଭଗବାନ ତାଙ୍କୁ ନେଇ ଗଲେ ଆଉ ଆମେ ସମସ୍ତେ ତାଙ୍କ ପାଇଁ ମର୍ମାହତ । ସମସ୍ତେ ଚେଷ୍ଟା କଲେ ବାହାରେ ବି ନେଇ ଚିକିତ୍ସା କଲେ ହେଲେ ହେଲାନି ଆଉ ।

ତାଙ୍କ ଆତ୍ମାର ସତଗତି ହେଉ ଇଶ୍ଵରଙ୍କ ପାଖରେ ପ୍ରାର୍ଥନା । ମୁଁ ହିସାବ ଦେଖି ଥିଲି ପୃଥିବୀର ଯେତେ ଟପ ହିରୋ ଟପ ହିରୋଇନ ଟପ ମୁଜିସିଆନ ଟପ ସିଙ୍ଗର ଟପ ଡାଇରେକ୍ଟର ଏ ପ୍ରାୟ 99 ପ୍ରତିଶତ ଲୋକ ମଦ୍ୟପାନ କରନ୍ତି । ଦାମୀ ଜିନିଷ ଖାନ୍ତି ଏତେ ପଇସା ରୋଜଗାର କରନ୍ତି ଖର୍ଚ୍ଚ କରିବାକୁ ତାଙ୍କ ପାଖରେ ବାଟ ନାହିଁ । ପିଇ ପିଇ ଶରୀର ଗୁଡିକ ନଷ୍ଟ ହେଇ ଯାଏ ଅଳ୍ପ ଦିନରେ ଚାଲି ଯାନ୍ତି ।

ରାଜେସ ଖନ୍ନା ଏଇ ଟାଇପର ବହୁତ ମଦ ହିଁ ତାକୁ ନେଇ ଯାଉଛି । ନୂଆ କଳାକାର ବାହାରନ୍ତୁ ରାଜ୍ୟରୁ ଭଲ ଅଭିନୟ କରନ୍ତୁ ହେଲେ ମଦ୍ୟପାନ ନ କରନ୍ତୁ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *